ତେଜସ୍ମିନ ସଂଘଠନ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

62

Get real time updates directly on you device, subscribe now.

ଜଗତସିଂହପୁର (ସଂଘର୍ଷ ମିଡିଆ ) : – ଗତସିଂହପୁର ଜିଲ୍ଲା ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ତେଜସ୍ମିନୀ ଚାରିଟେବୁଲ ଟ୍ରଷ୍ଟର ସଭାପତି ଅଞ୍ଜନା ସାହୁଙ୍କ ଅଧକ୍ଷତାରେ ଆନ୍ତ୍ରଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏଥିରେ ଯୋଗଦେଇଥିଲେ ସରକାରୀ ଦଳର ମୁଖ୍ୟ ସଚେତକ ତଥା ଜଗତସିଂହପୁରର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି,ସଂମାନୀୟ ଅତିଥି ଭାବରେ ରାଜ୍ୟ ମହିଳା କମିଶନର ମିନତୀ ବେହେରା ,ଜାତୀୟ କିନ୍ନର ସଂଘର ସଭାପତି ମୀରା ପରିଡା,ଜିଲ୍ଲାର ବରିଷ୍ଠ ବିଜେଡି ସଭାନେତ୍ରୀ ସବିତା ମହାପାତ୍ର,ଦିଲ୍ଲୀ ଏନ ସି ଆର ଡ଼ିଏଭି ପବ୍ଲକ ସ୍କୁଲର ଗୀତା ଚଢ଼ା ପ୍ରମୁଖ ଯୋଗଦେଇଥିଲେ। ଏବଂ କହିଥିଲେ ଆମେ ଅନେକ ସଂଗଠନ ଦେଖୁଛୁ। ସେମାନଙ୍କ ମଧ୍ୟରୁ ତେଜସ୍ମିନୀ ସଂଗଠନ ଅନ୍ୟତମ ଜିଲ୍ଲାର ଅନେକ ନାରୀ ମାନଙ୍କୁ ନେଇ ଏହି ସଂଗଠନ ଗଠିତ। ମିଶନ ଶକ୍ତି ମହିଳା ମାନଙ୍କୁ ନେଇ ଏହି ସଂଗଠନ ଗଠିତ ପୂର୍ଵରୁ ଅନେକ ଘାତ ପ୍ରତିଘାତ ମଧ୍ୟରେ ଏହି ସଂଗଠନର ମହିଳା ମାନେ ବର୍ତମାନ ମିଶନଶକ୍ତି ସହାୟତାରେ ସବୁ ସଂଘଠନକୁ ପଛରେ ପକାଇ ଆଗରେ ଏବଂ ଏହି ତେଜସ୍ମିନ ସଂଘଠନର ମହିଳା ସଶକ୍ତ ହେବା ସହିତ ସ୍ଵବଳମ୍ବି ହୋଇପାରିଛନ୍ତି। ସେଥିପାଇଁ ଧନ୍ୟବାଦ ଜଣାଇ ଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କୁ । ଜଗତସିଂହପୁରରୁ ପ୍ରଫୁଲ୍ଲ କୁମାର ସାହୁଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More