ତୃତୀୟ ଦିନରେ ପହଞ୍ଚିଲା ଖରଭୂଇଁରେ କ୍ରସର କ୍ବାରୀ ବିରୋଧି ଗଣଧାରଣା

20

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ଧାରଣାସ୍ଥଳରେ ସୁଦଶାବ୍ରତ ପାଳନ କଲେ ମହିଳା, ଶତାଧିକ ଛାତ୍ର/ଛାତ୍ରୀ ଉପସ୍ଥିତ ରହିଲେ ଗଣଧାରଣାରେ । ବିଦ୍ୟାଳୟର ଉପସ୍ଥାନ ପହଞ୍ଚିଲା ୧୨ରେ ।ଆନ୍ଦୋଳନ ସ୍ଥଳରେ ପହଞ୍ଚିଲେ ସିପିଆଇ ନେତୃବୃନ୍ଦ ।ଘୋଷଣାକଲେ ଦୃଢସମର୍ଥନ । ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଠାରେ ପଥର କ୍ବାରୀ ଓ କ୍ରସର ବିରୋଧରେ ଗଣଧାରଣା ଆଜି ଚତୁର୍ଥ ଦିନରେ ପହଞ୍ଚିଥିବା ବେଳେ ଆଜି ରୋଚକ ମୋଡ ନେଇଛି ଆନ୍ଦୋଳନ । ଦିନକୁ ଦିନ ଲୋକସଂଖ୍ୟା ବଢିବା ସବୁଠୁ ଆଶ୍ବସ୍ତ ଆଣିଛି ଗ୍ରାମବାସୀଙ୍କୁ ଆଜି ଆନ୍ଦୋଳନର ପ୍ରଭାବରେ ବିଦ୍ୟାଳୟର ଉପସ୍ଥାପନ ସଂଖ୍ୟା ପହଞ୍ଚିଛି ୧୨ରେ । ଉଲ୍ଲେଖଯୋଗ୍ୟଯେ ଆଜି ବିଦ୍ୟାଳୟର ଶ୍ରେଣୀପରୀକ୍ଷାକୁ ମଧ୍ୟ ବର୍ଜନ କରି ଆନ୍ଦୋଳନ ସ୍ଥଳରେ ସାମିଲ ହୋଇ ବାଜିସେନା ଗଠନ କରି ଆନ୍ଦୋଳନକୁ ଶସକ୍ତ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଅପରପକ୍ଷରେ ଆଜି ମହାମୟୀ ସୁଦଶା ବ୍ରତଓଷା ଥିବାରୁ ଆନ୍ଦୋଳନ ସ୍ଥଳରେ ଗ୍ରାମର ମହିଳା ମାନେ ସୁଦଶା ବ୍ରତ ପାଳନ କରିଛନ୍ତି । ଠିକ ସେହିଭଳି କାଲି ବିଜେଡି ପକ୍ଷରୁ ସମର୍ଥନ ଘୋଷଣାପରେ ଆଜି ଆଗକୁ ଆସିଛି ସିପିଆଇ । ଏହାର ରାଜ୍ୟକାର୍ଯ୍ୟକାରୀ କମିଟି ସଭ୍ୟ ତଥା ବୌଦ୍ଧଜିଲ୍ଲା ଦାୟିତ୍ବରେ ଥିବା କଃ. ଦାମୋଦର ବେହେରା ଜିଲ୍ଲା ସମ୍ପାଦକ ଭୀମସେନ ଘିବଲା ସହସମ୍ପାଦକ ନେତ୍ରାନନ୍ଦ କହଁର ପ୍ରଦୀପ କୁମାର ସାହୁ ଜୟନ୍ତ ଦେହୁରୀ ପ୍ରମୁଖଙ୍କ ନେତୃତ୍ବରେ ସିପିଆଇ ଜିଲ୍ଲାପରିଷଦର ସମସ୍ତ ସଭ୍ୟ ଆନ୍ଦୋଳନସ୍ଥଳରେ ପହଞ୍ଚି ନିଜର ସଂହତି ପ୍ରଦାନ କରିବା ସହ ସିପିଆଇ ପକ୍ଷରୁ ଆନ୍ଦୋଳନକୁ ସମର୍ଥନ ଘୋଷଣା କରିଥିଲେ । ଅପରପକ୍ଷରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ ଆନ୍ଦୋଳନ ସ୍ଥଳରେପହଞ୍ଚିବା ପରେ ଲୋକଙ୍କ ଉସ୍ଛାହ ବହୁଗୁଣରେ ବୃଦ୍ଧିପାଇଥିବା ପରୀଲିକ୍ଷିତ ହୋଇଛି ।ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ କମିଟି ସଭାପତି ଅକ୍ଷୟ ନାୟକ ସମ୍ପାଦକ ହୃଦାନନ୍ଦ ଦେହୁରୀ ତିଳୋତ୍ତମା କହଁର ସୁକୃତା ଭୋଇ ଶୈଳବାଳା ସାହୁ ରଞ୍ଜନ ବଗର୍ତ୍ତୀ ମଲୟ ପ୍ରଧାନ ମୀନକେତନ ପାତ୍ର ସଚ୍ଚିନ୍ଦ୍ର ରଣା ଶ୍ବେତବାଦୀ ସଙ୍କର୍ଶଣ ଦେହୁରୀ ପ୍ରମୁଖଙ୍କ ନେତୃତ୍ବରେ ଶତାଧିକ ଗ୍ରାମବାସୀ ଯୋଗଦେଇଥିଲେ । ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More