ଭଦ୍ରକ(ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ବ୍ଲକ ଅଧୀନ ସରସଦା ଗ୍ରାମ ପଞ୍ଚାୟତ ତୁଳସୀ ପୁର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆଜି ୨୩ନଂ ଜୋନର ଜିଲ୍ଲା ପରିଷଦ ଶ୍ରୀ ଲକ୍ଷ୍ମୀଧର ସାହୁ ଙ୍କ ସମେତ ସ୍ଥାନୀୟ ସରପଞ୍ଚ ରମେଶ ଚନ୍ଦ୍ର ଜେନା, ସମିତି ସଭ୍ୟା ଶ୍ରୀମତୀ କମଳା ଜେନା, ଦକ୍ଷିଣ ବାଡ ପଞ୍ଚାୟତର ସମିତି ସଭ୍ୟ ବିଷ୍ଣୁ ଚରଣ ଦାସ, ସିଆରସିସି ଗୌରାଙ୍ଗ ଚନ୍ଦ୍ର ନାଥ ଗସ୍ତ କରି ସ୍କୁଲ କମିଟି ଚେୟାର ମ୍ୟାନ ଓ ସଦସ୍ୟ ସଦସ୍ୟା ମାନଙ୍କୁ ନେଇ ସ୍କୁଲ ର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ସ୍କୁଲ ର ଉନ୍ନତି କାର୍ଯ୍ୟ ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଆଲୋଚନା କରାଯାଇଥିଲା। ଏହି ବୈଠକକୁ ଅବସର ପ୍ରାପ୍ତ ଶିକ୍ଷକ ଗଦାଧର ସାମଲ ଅଧ୍ୟକ୍ଷତା କରି ଥିବା ବେଳେ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ମିନା କୁମାରୀ ସାମଲ ପରିଚାଳନା କରିଥିଲେ। ସ୍କୁଲ୍ କମିଟି ଚେୟାର ମ୍ୟାନ ପ୍ରଭାତ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ସସ୍ମିତା ନାୟକ, ସତ୍ୟଭାମା ବେହେରା, ପୂର୍ଣ୍ଣିମା ଜେନା ପ୍ରମୁଖ ସହଯୋଗ କରିଥିଲେ।