ତୁଳସିପୁର କରତ କଲ ଉପରେ ଭିଜିଲାନ୍ସ ଚଢ଼ାଉ

16

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ପୁରୀ ଜିଲା ଅନ୍ତର୍ଗତ ତୁଳସି ପୁର ଠାରେ ଚାଲିଥିବା କେତେକ ବେଆଇନ କରତ କଳ ଉପରେ ଭୁବନେଶ୍ୱର ଭିଜିଲାନ୍ସ ର ଏକ ଟିମ ଏବଂ ପୁରୀ, ଗୋପ , କୋଣାର୍କ ବନ ବିଭାଗ ଅଧିକାରୀ ମାନେ ମିଳିତ ଭାବେ ଚଢ଼ାଉ କରି କରିଛନ୍ତି। ତେବେ କୌଣସି ସୂତ୍ରରୁ ଖବର ପାଇ କରତ କଳ ମାଲିକ ମାନେ ଘଟଣା ସ୍ଥଳ ରୁ ଫେରାର ହୋଇ ଯାଇ ଥିଲେ। ତେବେ ଫେରାର ପୂର୍ଵ ରୁ କରତ କଳ ର ଯନ୍ତ୍ରାଂଶ ଗୁଡିକ ସେମାନେ ଲୁଚାଇ ଦେଇ ପଳାଇ ଥିବା ରୁ ପ୍ରଶାସନ ପକ୍ଷରୁ ଏହା ଜବତ ହୋଇ ପାରି ନାହିଁ। ତେବେ ଜଣେ ମାଲିକ ଓ ଜଣେ କର୍ମଚାରୀ ଙ୍କୁ ଅଟକ ରଖାଯାଇଛି। ସେହିପରି ନାୟହାଟ ରେ ଚାଳୁଥିବ ଏକ କରତ କଳ ଉପରେ ଚଢଉ ପରେ ସେଠାରେ ବିପୁଳ ପରିମାଣ ର ଦାମୀ କାଠ ଓ ଯନ୍ତ୍ରାଂଶ ଜବତ କରିଛି ଭିଜିଲାନ୍ସ ଓ ବନ ବିଭାଗ ଟିମ। ଭିଜିଲାନ୍ସ ଅଧିକାରୀ ବିଷ୍ଣୁ ଚରଣ ବେହେରା ,ପୁରୀ ଏସ ସି ଏଫ ପ୍ରଧାନ ଙ୍କ ସମେତ ବନ ବିଭାଗ ର ଅଧିକାରୀ ଏଥିରେ ସାମିଲ ଥିଲେ। ପୁରୀରୁ ଶଙ୍କର ସରକାରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More