ନାଉଗାଁ ( ସଂଘର୍ଷ ମିଡିଆ ) : ଦେବୀ ନଦୀ ବନ୍ଧ ସୁରକ୍ଷା କୁ ନେଇ ଉଠିଛି ଅନେକ୍ ସ୍ଵର, ଜଗତ୍ସିଂହପୁର ଜିଲ୍ଲା ବାଲିକୁଦା ଏରସମାର କିଛି ଲୁଣା ଅଞ୍ଚଳକୁ ମଧୁର ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ଜିଲ୍ଲାର ନାଉଗାଁ ବ୍ଲକ ଅନ୍ତର୍ଗତ ଗଜରାଜପୁର ପଞ୍ଚାୟତର ଦେବୀଦୋଳ ସ୍ଥିତ ତୁମ୍ଭେଶ୍ୱର ଠାରେ ଦେବୀନଦୀ ରେ ନିର୍ମାଣ କରାଯାଉଛି । ଏକ ବିରାଟ ମେଗା ପାନୀୟ ଜଳ ପ୍ରକଲ୍ପ ଯାହା କିଛି ଲୋକ ଙ୍କୁ ମଧୁର ପାନୀୟ ଜଳ ଯୋଗାଇ ଦେଲେ ମଧ୍ୟ ଅନ୍ୟ କିଛି ଲୋକ ଙ୍କର ଭିଟାମାଟିକୁ ଭଷାଇ ନେବା ଭଳି ପରିସ୍ଥିତି ସ୍ରୁଷ୍ଟି କରିଛି । ଏହି ପ୍ରକଲ୍ପ ନିର୍ମାଣ ହେବା ଦ୍ବାରା ଉକ୍ତ ବନ୍ଧରେ ଏକ ବିରାଟ କାୟ ଫାଟ ସୃଷ୍ଟି ହୋଇଛି । ଯାହା ଆଗାମୀ ବର୍ଷା ଦିନରେ ନଦୀ ରେ ବନ୍ୟା ଜଳ ଆସିବା ମାତ୍ରେ ଏଠାରେ ଘାଇ ସୃଷ୍ଟି ହେବାର ଆଶଙ୍କା ସ୍ରୁଷ୍ଟି କରିଛି । ଗୋଟେ ପଟେ ସରକାର କିଛି ଲୋକ ଙ୍କୁ ମଧୁର ଜଳ ଉଦ୍ଦେଶ୍ୟରେ ଗୋଟିଏ ବ୍ଲକର ସମ୍ପୂର୍ଣ୍ଣ ଜନସାଧାରଣଙ୍କର କ୍ଷତି କରିବାକୁ ଯାଉଛନ୍ତି । ସରକାରଙ୍କ ଏହି ତାଳ ତୁଳ ନୀତିକୁ ପ୍ରତିବାଦ କରି ସ୍ତାନୀୟ ଲୋକଙ୍କ ଦ୍ବାରା ଗଠିତ ନଦୀ ବନ୍ଧ ସୁରକ୍ଷା କମିଟି ପକ୍ଷରୁ ଆଜି ଏଠି ଏକ ପ୍ରତିବାଦ ସଭା ଅନୁଷ୍ଠତି ହୋଇଛି ।