ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ତୀର୍ତ୍ତୋଲ ବିଧାନସଭା ଉପନିର୍ବାଚନ ନିମନ୍ତେ ଜିଲାର କିଛି ଶିକ୍ଷକ ଓ ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀ ମାନଙ୍କୁ ନିର୍ବାଚନ ନିମନ୍ତେ ବିଭିନ୍ନ ଅଧିକାରୀ ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଲିମ ଦିଆଯାଇଥିଲା। ଜିଲାପ୍ରଶାସନ ପକ୍ଷରୁ ଯେତିକି ନିର୍ବାଚନ ପାଈଁ କର୍ମଚାରୀ ଆବଶ୍ୟକ ତାଠାରୁ ଅଧିକ ତାଲିମ ଦିଆଯାଇଥିଲା।ତାଲିମ ନେଇଥିବା ଶିକ୍ଷକ ଓ କର୍ମଚାରୀମାନେ ଗତକାଲିଠାରୁ ସ୍ଥାନୀୟ ଏସଭିଏମ କଲେଜରେ ପଡିରହିଥିଲେ।ଯେତିକି ଆବଶ୍ୟକ କର୍ମଚାରୀ ଗତକାଲିଠାରୁ ମଧ୍ୟ ପୋଲିଙ୍ଗ ବୁଥ କୁ ଯାଇ ସାରିଥିଲେ ମଧ୍ୟ ଆଉ ଦୁଇଶହ କର୍ମଚାରୀଙ୍କୁ ଆଜି ପର୍ଯ୍ୟନ୍ତ ଅଟକାଯାଇଥିଲା।ଉକ୍ତ ତାଲିମ ନେଇଥିବା ଶିକ୍ଷକ ଓ କର୍ମଚାରୀଙ୍କୁ ସନ୍ଧ୍ୟାବେଳେ କହିଥିଲେ ତୁମମାନଙ୍କ ନିଯୁକ୍ତି ପତ୍ର ଆଣି ରିଲିଭ ହୋଇ ଯାଅ।ତେବେ ଉକ୍ତ ଶିକ୍ଷକ ଓ କର୍ମଚାରୀ ମାନେ ସେମାନଙ୍କ ପାରିଶ୍ରମିକ ଦାବିରେ ଧାରଣ ଦେଇଥିଲେ। କିଛି ଶିକ୍ଷକ ଓ କର୍ମଚାରୀ ମାନେ କହିଥିଲେ ଆମକୁ ଦୁଇଦିନ ରଖି ସଂନ୍ଧ୍ୟା 5ଟାରେ କହୁଛନ୍ତି ବିନା ପରିଶ୍ରମିକରେ ରିଲିଭ ହୋଇ ଘରକୁ ଯାଅ।ଆମେ ଏବେ କରିବୁ କଣ ବୋଲି ଅଭିଯୋଗ କରିଥିଲେ।ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଏସଭିଏମ କଲେଜରେ ପହଞ୍ଚି ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇ କହିଥିଲେ ଆସନ୍ତା ୧୩ତାରିଖରେ ତୁମମାନଙ୍କ ପାରିଶ୍ରମିକ ଏହି କଲେଜ ପରିସରରେ ଦିଆଯିବ।ପ୍ରତିଶୃତି ଦେବାପରେ ଶିକ୍ଷକ ଓ କର୍ମଚାରୀ ମାନେ ଗାଡ଼ି ମୋଟର ନଥିବା ସ୍ଥଳେ ଏକ ପ୍ରକାର ହଟହଟା ହୋଇ ଘରକୁ ଯାଉଥିବାର ଦେଖିବାକୁ ମିଳୁଥିଲା। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।