ତୀର୍ତ୍ତୋଲ ଉପନିର୍ବାଚନ, ଆଇନ ଶୃଙ୍ଖଳା ନେଇ ସମୀକ୍ଷା କଲେ ପୋଲିସ ଡିଜି ଅଭୟ

48

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ତିର୍ତ୍ତୋଲ ଉପ ନିର୍ବାଚନରେ ପୋଲିସ ବ୍ୟବସ୍ଥା ଓ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ। ତାଙ୍କ ସହିତ ଅତିରିକ୍ତ ଡିଜି ଯଶୋବନ୍ତ ଜେଠୱା ଓ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଆର କେ ଶର୍ମା,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର୍ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଉପ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଅବାଧ ଓ ନିରପେକ୍ଷ କରିବା ପାଇଁ ସମୁଦାୟ ପୋଲିସ ବ୍ୟବସ୍ଥା ସଠିକ ରହିଛି ବୋଲି ପୋଲିସ ଡ଼ିଜି ପ୍ରକାଶ କରିଛନ୍ତି। ନିର୍ବାଚନ ପୂର୍ବରୁ ଗଣ୍ଡଗୋଳ ତଥା ବିଶୃଙ୍ଖଳିତ ଆଚରଣ ଆଶଙ୍କା କରି ପୋଲିସ ପକ୍ଷରୁ ପ୍ରାୟ ୧୫୦୦ ଜଣଙ୍କ ନାମରେ ୧୦୭ କେସ ଦିଆଯାଇଛି। ଏଥି ସହିତ ୭୫ ଜଣ ୱାରେଣ୍ଟି ଗିରଫ ହୋଇଛନ୍ତି। ସମୁଦାୟ ୩୭୩ଟି ବୁଥ ପାଇଁ ୨୧ ପ୍ଲାଟୁନ ପୋଲିସ ଫୋର୍ସ ୩ କମ୍ପାନୀ ସି ଏ ପି ଓ ୧୫୦ ଜଣ ଅଫିସର,୮ ଜଣ ଡିଏସ ପି ଓ ଅତିରିକ୍ତ ଏସପି ସ୍ତରୀୟ ଅଫିସରଙ୍କୁ ନିୟୋଜିତ କରାଯାଇଛି । ଏଥି ସହିତ ଫ୍ଲାଇଙ୍ଗ ସ୍କାର୍ଡ ଓ ଷ୍ଟାଟିକ ସର୍ଭେଲାନ୍ସ ଟିମ ମଧ୍ୟ ଗଠନ କରାଯାଇଛି ବୋଲି ଅତିରିକ୍ତ ଡିଜି ଯଶୋବନ୍ତ ଜେଠୱା କହିଛନ୍ତି । ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More