ତୀବ୍ରତର ହେଲା କ୍ରସର ବିରୋଧୀ ଆନ୍ଦୋଳନ

15

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : ,- ଗତକାଲି ସିପିଆଇ ନେତା ଅବକାଶ ସାହୁଙ୍କୁ ଗିରଫ ପରେ କ୍ରସର ବିରୋଧୀ ଆନ୍ଦୋଳନ ତୀବ୍ରତର ହୋଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଖରଭୂଇଁରେ ଗ୍ରାମବାସୀ କ୍ରସରକୁ ବିରୋଧ କରି ଦୀର୍ଘ ୧୬ ଦିନ ହେବ ଧାରଣା ଦେଉଛନ୍ତି ଗ୍ରାମବାସୀ । ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି l ପ୍ରଶାସନ ଓ ଗ୍ରାମବାସୀ ଆଲୋଚନା ବିଫଳ । ୩ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ। ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଖରଭୂଇଁ ଗ୍ରାମର କ୍ରସରକୁ ଵିରୋଧ କରି ଶତାଧିକ ଗ୍ରାମବାସୀ ସ୍ଥାନୀୟ ସିପିଆଇ ନେତା ଅବକାଶ ସାହୁଙ୍କ ନେତୃତ୍ୱରେ ଚଳିତ ମାସ ୧ ତାରିଖ ରୁ ଧାରଣା ଦେଇ ଆସୁଛନ୍ତି। ତେବେ ଗତକଲି ଭୁବନେଶ୍ୱର ରୁ ଅବକାଶ ସାହୁ ଫେରୁଥିବା ବେଳେ ତାଙ୍କୁ ଅଡେଣିଗଡ଼ ନିକଟରୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି। ସେପଟେ ଗ୍ରାମବାସୀଙ୍କୁ ପୋଲିସ ବୁଝିବାରେ ଅସମର୍ଥ ହୋଇଥିବା ବେଳେ ପରିସ୍ଥିତି ଅଧିକ କ୍ରିୟାଶୀଳ ହୋଇଛି । ତେବେ ଆନ୍ଦୋଳନ ସ୍ଥଳରେ ଏସଡିପିଓ ଙ୍କ ସମେତ ୪ ଜଣ ଇନ୍ସପେକ୍ଟର ଓ ୩ ପ୍ଲାଟୁନ ପୋଲିସ ମୃତୟନ କରାଯାଇଛି। ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More