ତିର୍ତ୍ତୋଲ ଥାନାର ମହିଳା ସବ-ଇନ୍ସପେକ୍ଟରଙ୍କ ଦବଙ୍ଗଗିରୀ

47

Get real time updates directly on you device, subscribe now.

ତିର୍ତ୍ତୋଲ (ସଂଘର୍ଷ ନ୍ମିଡିଆ ) : କେନ୍ଦ୍ରାପଡାରେ ଜଣେ ମହିଳା ପୋଲିସ କର୍ମଚାରୀ ଜଣେ କାଯ୍ୟରତ ସାମ୍ବାଦିକ କୁ ମାଡମାରିବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଥମି ନଥିବା ବେଳେ ଏବେ ଜଗତସିଂହପୁର ଜିଲ୍ଲାର ତିର୍ତୋଲ ଥାନାର ମହିଳା ସବ-ଇନ୍ସପେକ୍ଟର ବିନା ପୋଲିସ ପୋଷାକରେ ପୁଣି ବିନା ମାସ୍କରେ ଦବଙ୍ଗଗିରି ଦେଖାଇ ଜଣେ ଯୁବକ କୁ ମାଡମାରିବା ଘଟଣା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଲାଣି।ସୂଚନା ରୁ ପ୍ରକାଶ ଯୋଗ୍ୟ ଯେ ତିର୍ତ୍ତୋଲ ଥାନାର ଏସ ଆଇ ଧରିତ୍ରୀ ଜେନା କଟକ ପାରାଦ୍ୱୀପର ରାସ୍ତାରେ ନିଜ ସ୍ୱାମୀଙ୍କ ସହ ମିଶି ଜଣେ ବାଇକ୍ ଆରୋହୀଙ୍କୁ ମାଡମାରିବା ସହ ତାଙ୍କ ବାଇକ୍ ଛଡାଇନେବା ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଘଟଣାକୁ ପ୍ରତିବାଦ କରି ସ୍ଥାନୀୟ ଲୋକମାନେ ସଂପୃକ୍ତ ମହିଳା ସବ-ଇନ୍ସପେକ୍ଟର ଧରିତ୍ରୀ ଜେନା ଓ ତାଙ୍କ ସ୍ୱାମୀଙ୍କୁ ଅଟକାଇ କଟକ-ପାରାଦ୍ୱୀପ ରାସ୍ତା ଅବରୋଧ କରିବା ପରି ଅଭାବନୀୟ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି। ତିର୍ତ୍ତୋଲ ଥାନାରେ କର୍ତ୍ତବ୍ୟରତ ମହିଳା ସବ-ଇନ୍ସପେକ୍ଟର ଦବଙ୍ଗଗିରିକୁ ନେଇ ସମଗ୍ର ଥାନା ଅଞ୍ଚଳରେ ଚର୍ଚ୍ଚା ହୋଇଆସୁଥିବା ବେଳେ ଆଜି କଟକ-ପାରାଦ୍ୱୀପ ରାଜରାସ୍ତାରେ ଦେଖିବାକୁ ମିଳିଛି ତାଙ୍କ କଳା କାରନାମା। ପୋଲିସ ପୋଷାକରେ ନଥାଇ ପୁଣି ବିନା ମାସ୍କ ରେ ନିଜ ସ୍ୱାମୀ ସହ ଏକ କାରରେ ଯାଉଥିଲେ ହଠାତ କାରଟି ରାସ୍ତା ମଝିରେ ବ୍ରେକ ମାରିଦେବାରୁ କାରପଛରେ ଏକ ବାଇକ ଚାଳକ ସାମାନ୍ୟ ଧକ୍କା ଦେଇଥିଲେ । ଏତିକିରେ କୁଆଡେ ଆରମ୍ଭ ହେଲା ମହିଳା ସବ-ଇନ୍ସପେକ୍ଟର ଓ ତାଙ୍କ ସ୍ୱାମୀଙ୍କ ଦବଙ୍ଗଗିରି।ରାସ୍ତା ମଝିରେ କାର ରଖି ବାଇକ୍ ଆରୋହୀଙ୍କୁ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ସ୍ୱାମୀ ସ୍ତ୍ରୀ ମାଡମାରିଥିଲେ।ଯୁବକ ଜଣଙ୍କ ସମ୍ପର୍କୀୟଙ୍କ ଅପରେସନ ପାଇଁ ମେଡିକାଲକୁ ଯାଉଥିବା କହି ଭୁଲମାଗି ଯେତେ କାକୁତିମିନତୀ ହେଲେ ମଧ୍ୟ ମହିଳା ସବ-ଇନ୍ସପେକ୍ଟର ଓ ତାଙ୍କ ସ୍ୱାମୀ ଅମାନୁଷିକ ଭାବେ ମାଡମାରି ତାଙ୍କ ଗାଡି ଛଡାଇନେଇଥିଲେ।ମହିଳା ସବ-ଇନ୍ସପେକ୍ଟର ଓ ତାଙ୍କ ସ୍ୱାମୀଙ୍କ ଏହି ଅଗଣତାନ୍ତ୍ରିକ ଓ ଅସାଳୀନ ବ୍ୟବହାରକୁ ନେଇ ସ୍ଥାନୀୟ ଲୋକମାନେ ପ୍ରତିବାଦ ଓ ବିକ୍ଷୋବ କରିବା ସହ କଟକ-ପାରାଦ୍ୱୀପ ରାସ୍ତାର ନେହେରୁ ବଜାର ଠାରେ ଟାୟାର ଜାଳି ଏକଘଣ୍ଟା ଧରି ଅବରୋଧ କରିଥିଲେ। ଖବରପାଇ ଅନ୍ୟ ପୋଲିସ କର୍ମଚାରୀ ଆନ୍ଦୋଳନକାରୀଙ୍କୁ ଧମକଚମକ ଦେଇଥିବାରୁ ସ୍ତାନିୟ ସାଧାରଣ ଲୋକଙ୍କ ପ୍ରତିବାଦ ଉଗ୍ରରୁପ ନେଇଥିଲା।ସ୍ଥାନୀୟ ଲୋକଙ୍କ ପ୍ରତିବାଦ ଯୋଗୁଁ ପୋଲିସ ବାଧ୍ୟହୋଇ ଭୁଲ ମାଗିବା ସହ ଯୁବକଙ୍କ ବାଇକ୍ ଆଣି ଆନ୍ଦୋଳନ ସ୍ଥଳରେ ହସ୍ତାନ୍ତର କରିବାରୁ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।ଦେଖିବାକୁ ବାକିରହିଲା ଜିଲ୍ଲା ପୋଲିସ ପ୍ରଶାସନ ଏଭଳି ମହିଳା ପୋଲିସ ଏସ୍ ଆଇଙ୍କ ପ୍ରତି କି କାଯ୍ୟାନୁଷ୍ଠାନ ନେଉଛନ୍ତି।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More