ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରିଜାଇଡିଙ୍ଗ ଓ ପୋଲିଂଙ୍ଗ ଅଧିକାରୀଙ୍କ ପଶିକ୍ଷଣ ଆରମ୍ଭ

33

Get real time updates directly on you device, subscribe now.

ତିର୍ତ୍ତୋଲ ( ସଂଘର୍ଷ ମିଡିଆ ) : ୧୦୨ ତୀର୍ତ୍ତୋଲ ବିଧାନସଭା ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀର ଉପନିର୍ବାଚନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରିଜାଇଡିଙ୍ଗ ଓ ପୋଲିଂଙ୍ଗ ଅଧିକାରୀ ଙ୍କ ପ୍ରଶିକ୍ଷଣ କାର୍ଯ୍ୟକର୍ମ ଆରମ୍ଭ ହୋଈଯାଇଛି। ଏହି ପ୍ରଶିକ୍ଷଣ ଦୁଇଟି ପର୍ଯ୍ୟାୟ ରେ ଯଥା ୧୩ତାରିଖ ଠାରୁ ୧୬ତାରିଖ ପଯ୍ୟନ୍ତ ଓ ୨୦ ତାରିଖ ଠାରୁ ୨୩ ତାରିଖ ପଯ୍ୟନ୍ତ ଅନୁଷ୍ଠିତ ହେଵ l ସ୍ଥାନୀୟ ଏସଭିଏମ କଲେଜ ପରିସରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ କୁ ଅନୁଧ୍ୟାନ କରି କୋଭିଡ-19 ମାର୍ଗଦର୍ଶିକା କୁ କଡାକଡି ପାଳନ କରିବା ସହିତ ସମସ୍ତେ ମାସ୍କ ପରିଧାନ ଏବଂ ସାମାଜିକ ଦୂରତା କୁ ବଜାଇ ରଖିବାକୁ ସମସ୍ତ ପ୍ରିଜାଇଡିଙ୍ଗ ଓ ପୋଲିଂଙ୍ଗ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଫାଟକ ସମୁଖ ରେ ଏକ ସୂଚନା କେନ୍ଦ୍ର ପ୍ରଶିକ୍ଷାର୍ଥି ମାନଙ୍କୁ କୋଭିଡି-19 ମାର୍ଗଦର୍ଶିକା ପାଳନ ନିମନ୍ତେ ସଚେତନ କରାଯାଉଛି। କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ ପ୍ରଶିକ୍ଷଣ କାର୍ଯ୍ୟର ପରିଚାଳନା କରୁଛନ୍ତି l ଏହି କାର୍ଯ୍ୟକ୍ରମ ରେ ଜଗତସିଂହପୁର ତହସିଲଦାର ମାନସ ରଞ୍ଜନ ଭୋଇ, ବାଲିକୁଦା ତହସିଲଦାର ସିଦ୍ଧାନ୍ତ କୁମାର ସାହୁ ଜିଲ୍ଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଯୋଗଦେଇ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବାକୁ ପ୍ରାଶିକ୍ଷାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More