ତିନି ଲୁଟେରା ସହ ଜଣେ ରିସିଭରଙ୍କୁ ଗିରଫ କଲା ଭଦ୍ରକ ଗ୍ରାମାଂଚଳ ପୋଲିସ

29

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : : ଲୁଟରେ ସମ୍ପୃକ୍ତ ଥିବା ତିନି ଜଣ ଲୁଟେରା ସହ ଜଣେ ରିସିଭରକୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । କାର, ୨ଟିବାଇକ, ୨୦ ହଜାର ଟଙ୍କା ଓ ବିପୁଳ ପରିମାଣରେ ସୁନା ଜବତ ସହ ବହୁ ଧାରୁଆ ମାରଣାସ୍ତ୍ର କୁ ଜବତ କରିଛି ପୋଲିସ. ପୋଲିସର ସୂଚନାନୁଯାୟୀ, ଭଦ୍ରକ ସହରର ଧରିତ୍ରୀ ନଗର ଅଞ୍ଚଳର ଜଣେ ମହିଳା ନିଜ ପିଲାଙ୍କୁ ସ୍କୁଲରୁ ଛାଡି ଫେରୁଥିବା ସମୟରେ ଛିନତାଇ ର ଶିକାର ହୋଇଥିଲେ. ଦୁଇ ଯୁବକ ଏକ ବାଇକ ଯୋଗେ ଆସି ମହିଳାଙ୍କ ବେକରୁ ଜୋରଜବରଦସ୍ତ ସୁନା ଚେନ ଛିଡ଼ାଇ ନେଇ ପଳାଇଯାଇଥିଲେ. ଏନେଇ ମହିଳା ଜଣକ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ, ପୋଲିସ ସିସିଟିଭି ଆଧାରରେ ଦୁଇ ଲୁଟେରାଙ୍କୁ ଠାବ କରିଥିଲା. ଦୁଇ ଲୁଟେରାଙ୍କ ଖବର ପାଇଲେ ପୋଲିସକୁ ଜଣାଇବା ପାଇଁ ସ୍ଥାନୀୟ ଲୋକଙ୍କୁ ପୋଲିସ କହିଥିଲା. ଗତକାଲି ଆରଡ଼ି ଛକ ନିକଟରେ ଏହି ଦୁଇ ଲୁଟେରାଙ୍କୁ ସ୍ଥାନୀୟ ଲୋକ ଚିହ୍ନି ଅଟକାଇ ଥିଲେ. ପରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଲୁଟେରା ଦ୍ବୟଙ୍କୁ ଚି଼ହ୍ନଟ କରି ଅଧିକ ତଦନ୍ତ ଚଳାଇଥିଲେ. ଲୁଟେରା ମାନେ ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ଜ଼ିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକ ମାନଙ୍କୁ ଭୟଭୀତ କରାଇ ଲୁଟ ତରାଜ କରୁଥିଲେ. ଲୁଟ ସୁନା ସାମଗ୍ରୀ ଗୁଡିକ ବାଲେଶ୍ୱର ଜ଼ିଲ୍ଲା ଖଇରା ଅଞ୍ଚଳର ଜଣେ ସୁନା ଦୋକାନୀକୁ ବିକ୍ରି କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି. ତିନିଜଣ ଲୁଟେରାଙ୍କ ସହ ଜଣେ ରିସିଭରଙ୍କୁ ମଧ୍ଯ ଗିରଫ କରିଛି ପୋଲିସ. ଲୁଟେରାଙ୍କ ନିକଟରୁ ଲୁଟ ସମୟରେ ବ୍ୟବହୃତ ହେଉଥିବା ଗୋଟିଏ କାର, ମୋଟର ସାଇକେଲ ଜବତ କରିବା ସହ 55 ଗ୍ରାମର 5 ଟି ସୁନା ଚେନ, କୋଡିଏ ହଜାର ରୁ ଉର୍ଦ୍ଧ୍ୱ ଟଙ୍କାର ନଗଦ କ୍ୟାସ, ମୋବାଇଲ ଫୋନ, ଏଟିଏମ କାର୍ଡ ଓ ବିଭିନ୍ନ ଧାରୁଆ ମାରଣାସ୍ତ୍ର ଜବତ କରିଛି ପୋଲିସ. ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More