ତିନି ବଖରା ଘର ପୋଡି ଭସ୍ମୀଭୂତ

12

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) :- ଖାରୋଡ଼ରେ ସକାଳୁ ସକଳୁଆଜି ଲାଗିଲା ନିଆଁ । ସୂଚନାରୁ ପ୍ରକାଶ ଯେ ବଡମ୍ବା ବ୍ଲକ ଅନ୍ତର୍ଗତ ଖାରୋଡ଼ ସ୍ଥିତ କାଣ୍ଡ ବିନ୍ଧା ଗାଁରେ ଲାଗିଲା ନିଆଁ ।ସକାଳୁ ସକାଳୁ ଆଦିବାସୀ ପରିବାର ତରଫରୁ ପ୍ରତିଦିନ ଭଳି ଆଜି ଘରୁ ବାହାରି କାମକୁ ଯାଇଥିଲା ବେଳେ ହଠାତ କୌଣସି କାରଣରୁ ପ୍ରଥମେ ଗୋଟିଏ ଘରେ ନିଆଁ ଲାଗିଥିଲା । ପରବର୍ତ୍ତୀ ସମୟରେ ଆଉ ଦୁଇ ବଖରା ଘର ପୋଡି ଯାଇଥିବା ବେଳେ ସମସ୍ତ ଆବାସ ପତ୍ର କିଛି ସୁନା ରୁପା ଓ ଖାଦ୍ୟ ସାମଗ୍ରୀ ପୋଡି ସବୁ ପାଉଁଶ ହୋଇ ଯାଇଥିଲା । ତିନି ପରିବାର କେହି ନଥିଲା ବେଳେ ଘରୁ ଜିନିଷ ପତ୍ର ବାହାର କରିବା ସମ୍ଭବ ହୋଇ ପାରି ନ ଥିଲା ।ଗ୍ରାମର କିଛି ବ୍ୟକ୍ତି ବାଲିଝରି ଅଗ୍ନିସମ ବାହିନୀକୁ ଫୋନ କରି ବାରୁ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ସମ୍ପୂର୍ଣ ଭାବରେ ଆୟତ୍ତ କରିଥିଲେ । ବଡମ୍ବା ବ୍ଲକ ଅଧକ୍ଷ ରଘୁପତି ମହାନ୍ତିଙ୍କ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ପରିବାରକୁ ସାହାଯ୍ୟ ସହଯୋଗ କରିଥିଲେ ।ରାନ୍ଧଖାଦ୍ୟ ଦେବା ପାଇଁ ସରପଂଚଙ୍କୁ ସୂଚନା ଦେଇଥିଲେ ।ତହସିଲି ପ୍ରଶାସନ ପହଂଚି ଘଟଣାର ତଦନ୍ତ କରିବା ସହ ଏହି ଆଦିବାସୀ ପରିବାରଙ୍କୁ କିଭଳି ଆବସ ଯୋଜନାରେ ସାମିଲି କରାଯିବ ସେ ନେଇ ଆଲୋଚନା କରିଥିଲେ । ସରପଂଚ ପ୍ରମୋଦିନି ବେହେରା ,ସୁବାସ ଆରୁଖ, ଅଜୟ କୁମାର ସଂଗ୍ରାମସିଂ ପହଂଚି ଅଗ୍ନିକାଣ୍ଡ ଘଟିଥିବା ପରିବାର ଯଥା ନିରଞ୍ଜନ ପ୍ରଧାନ ,ନିବାସ ପ୍ରଧାନ ,ସୁବାସ ପ୍ରଧାନ କିପରି ଆବାସ ଯୋଜନାରେ ସାମିଲି କରାଯିବ ବୋଲି ବ୍ଲକ ଅଧକ୍ଷ ରଘୁପତି ମହାନ୍ତି ସୂଚନା ଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More