ନବରଙ୍ଗପୁର(ସଂଘର୍ଷ ମିଡିଆ ) :- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ କଣ୍ଟାମାଳ ଗାଁ ।ଏଠାରେ ରୁହନ୍ତି ଵୈଲୋଚନ ବିଶୋଇ ,ସ୍ତ୍ରୀ ସୁଦଶା ବିଶୋଇ । ତାଙ୍କର ତିନୋଟି ସନ୍ତାନ ।ରବୀନ୍ଦ୍ର ବିଶୋଇ, ଲିଙ୍ଗରାଜ ବିଶୋଇ ଓ ତ୍ରିପତି ବିଶୋଇ । ଲିଙ୍ଗରାଜ ଓ ତ୍ରିପତି ମାନସିକ ଅନଗ୍ରସର ହୋଇଥିବା ବେଳେ ରବୀନ୍ଦ୍ର ଦିବ୍ୟାଙ୍ଗ ଅଟେ । ମାସିକ ଭତ୍ତା ଓ ଚାଉଳ ପାଉଥିବା ବେଳେ ଆଉ କିଛି ସରକାରୀ ସୁବିଧା ପାଉ ନାହାଁନ୍ତି ।ହୁଇଲ ଚେୟାର ଓ ଆଶାବାଡି ମିଳିବା କଥା ତାହା ବି ଦିଆ ଯାଇ ନାହି ।ମଳମୁକ୍ତ ବୋଲି ସରକାର ପ୍ରଚାର କରୁଥିବା ବେଳେ କିନ୍ତୁ ଏଠାରେ ଅଲଗା ପ୍ରକାର ଦେଖିବାକୁ ମିଳିଛି ।ଦିବ୍ୟାଙ୍ଗ ଙ୍କୁ ସାମିଲ କରାଯାଇ ନାହିଁ ସ୍ୱଚ୍ଛ ଭାରତ ଅଭିଯାନର ଶୌଚାଳୟରେ ।ଯାହାକି ଶୌଚ କରିବାକୁ ମାନସିକ ଓ ଦିବ୍ୟାଙ୍ଗ ଙ୍କୁ ସମସ୍ୟା ହେଉଛି । ତାଙ୍କ ସ୍ବାମୀ ସ୍ତ୍ରୀ ଙ୍କୁ ବି ମିଳୁ ନାହିଁ ମାସିକ ଭତ୍ତା, ପୁଣି ମିଳି ନାହିଁ ଆବାସ ଯୋଜନା ।ଅତି କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ।ଜଣେ ଵୈଲୋଚନ କୁଲିମଜୁରୀ କରି ପରିବାର ପ୍ରତିପୋଷଣ କରୁଛନ୍ତି ,ସ୍ତ୍ରୀ ପୁଅ ମାନଙ୍କ ଯତ୍ନ ନେଉଛନ୍ତି ।ଚିକିତ୍ସା ନିମନ୍ତେ ତାଙ୍କ ପାଖରେ ଅର୍ଥ ନାହିଁ ।ତେଣୁ ଦୁଃଖ ଭରା କଣ୍ଠରେ କହିଛନ୍ତି ଵୈଲୋଚନ ବିଶୋଇ । ପିଲାଙ୍କ ଭବିଷ୍ୟତକୁ ନେଇ ସ୍ୱାମୀ ସ୍ତ୍ରୀ ଚିନ୍ତିତ ।ଜଣକ ରୋଜଗାରରେ ପାଞ୍ଚ ପ୍ରାଣୀକୁ ମିଳୁଛି ଦାନା ।ସରକାରଙ୍କୁ ନିଵେଦନ କରିଛନ୍ତି ଯେ ତାଙ୍କ ପୁଅ ମାନଙ୍କ ନିମନ୍ତେ ଉତ୍ତମ ବ୍ୟବସ୍ଥା କରାଯାଉ ପୁଣି ଆର୍ଥିକ ସହାୟତା , ତା ସହିତ ସ୍ୱାମୀ ସ୍ତ୍ରୀଙ୍କୁ ମାସିକ ଭତ୍ତା ମିଳିବା ସହିତ ଆବାସ ଯୋଜନାରେ ସାମିଲ କରାଯାଉ ବୋଲି ବିନୀତ ଅନୁରୋଧ କରିଛନ୍ତି ଵୈଲୋଚନ ବିଶୋଇ ।ଦେଖାଯାଉ ପ୍ରଶାସନର କେବେ ଏଇ ଦୁଃଖିତ ପରିବାରକୁ ଏମାନଙ୍କ ସୁବିଧା କରୁଛି । ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।