ତିନି ଦୁର୍ବୃତ୍ତଙ୍କୁ ଧରି ବୌଦ୍ଧ ପୋଲିସକୁ ହସ୍ତାନ୍ତର କଲା ମନମୁଣ୍ଡା ପୋଲିସ

14

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ଆକ୍ସନ ମୋଡରେ ମନମୁଣ୍ଡା ଥାନା ଅଧିକାରୀ ଅଶ୍ଵିନୀ ଭିତିରିଆ l ପ୍ରତିଦିନ ଚୋର ଡକାୟତ ଙ୍କୁ ଧରି କରୁଛନ୍ତି ସାବାଡ। ମନମୁଣ୍ଡା ଥାନା ବିଲାସପୁର ପଞ୍ଚାୟତ ରାଜୀବ ଗାନ୍ଧି ସେବା କେନ୍ଦ୍ର ନିକଟରୁ ମନମୁଣ୍ଡା ପୋଲିସ ବିଭିନ୍ନ ମାରଣାସ୍ତ୍ର ସହ ତିନି ଜଣ ଦୁର୍ବୃତ୍ତ ଙ୍କୁ କାବୁ କରିଥିବା ଜଣାପଡିଛି।ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଏକ ସ୍କୁଟି OD 27 8495 ତିନି ଜଣ ଯୁବକ ମନ ମୁଣ୍ଡା ବାଇ ପାସ ର ଶଗଡା ପଟକୁ ଯାଉଥିବା ବେଳେ ବିଲାସପୁର ରାଜୀବ ଗାନ୍ଧି ସେବା କେନ୍ଦ୍ର ନିକଟରେ ଭାରସାମ୍ୟ ହରାଇ ପଡ଼ି ଯାଇଥିଲେ।ସକାଳୁ କିଛି ଲୋକ ଶୌଚ ପାଇଁ ଯାଇଥିବା ବେଳେ ସ୍କୁଟି ସହ ତିନି ଜଣ ଯୁବକଓ ମାରଣାସ୍ତ୍ର ପଡ଼ିଥିବା ଦେଖି ମନମୁଣ୍ଡା ପୋଲିସ କୁ ଖବର ଦେଇଥିଲେ।ସୂଚନା ପାଇ ମନମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତିନି ଦୁର୍ବୃତ୍ତ ଙ୍କୁ କାବୁ କରିବା ସହ 108 ଆମ୍ବୁଲାନ୍ସ ଯୋଗେ ମନମୁଣ୍ଡା ମେଡିକାଲ କୁ ପଠାଇଥିଲେ ।ଅନ୍ୟପଟେ ଘଟଣା ସ୍ଥଳରୁପୋଲିସ ,ଭୁଜାଲି,ତରୁୱାଳ, ହାତୁଡି,ଜବତ କରିଥିଲା।ମନମୁଣ୍ଡା ପୋଲିସ ତଦନ୍ତ ପରେ ସେମାନେ ବ୍ୟବହାର କରୁଥିବା ସ୍କୁଟି ବୌଦ୍ଧ ଥାନା ଅଞ୍ଚଳରୁ ସାତଦିନ ଦିନ ତଳେ ଚୋରି ହୋଇଥିବା ଜାଣିବାକୁ ପାଇଥିଲା ।ଫଳରେ ବୌଦ୍ଧ ପୋଲିସକୁ ସୂଚନାଦିଆଯାଇଥିଲା। ବୌଦ୍ଧ ପୋଲିସ ମନମୁଣ୍ଡା ପହଞ୍ଚି ତିନିଜଣ ଦୁର୍ବୃତ୍ତ ଙ୍କୁ ଗିରଫ କରି ବୌଦ୍ଧ ନେଇଥିବା ଆଇଆଇସି ଅଶ୍ଵିନୀ ଭିତିରିଆ ସୂଚନା ଦେଇଛନ୍ତି। ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More