ତିନି ଦିନିଆ କେନ୍ଦ୍ରାପଡା ଗସ୍ତରେ କେନ୍ଦ୍ର ଗୃହ, କ୍ରୀଡା ଓ ଯୁବବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ନିଶିଥ ପରମାଣିକ

14

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) ଲୋକସଭା ପ୍ରବାସ ଯୋଜନା ରେ କେନ୍ଦ୍ର ଗୃହ, କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ନିଶିଥ ପରମାଣିକ ତିନି ଦିନିଆ ଗସ୍ତରେ ଆସି ଆଜି କେନ୍ଦ୍ରାପଡା ରେ ପହଞ୍ଚିଛନ୍ତି l କେନ୍ଦ୍ରମନ୍ତ୍ରୀ ଏଠାରେ ପହଁଞ୍ଚିବା ପରେ ତିନିମୁହାଣୀ ଠାରେ ସହିଦ୍ ସ୍ତମ୍ଭରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ l ପରେ ଦଳର ବିଭିନ୍ନ କର୍ମକର୍ତ୍ତାଙ୍କୁ କେନ୍ଦ୍ର ମନ୍ତ୍ରୀ ଭେଟିବା ସହିତ ତୃଣମୂଳ ସ୍ତରରେ କେନ୍ଦ୍ର ସରକାରଙ୍କ ଯୋଜନାର ଯଥାର୍ଥ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ l ଏହି ଅବସରରେ ଗଣମାଧ୍ୟମ କୁ ନିଜ ପ୍ରତିକ୍ରିୟା ଦେଇ କେନ୍ଦ୍ର ମନ୍ତ୍ରୀ ନିଶିଥ ପରମାଣିକ କେନ୍ଦ୍ର ସରକାରଙ୍କ ବିଭିନ୍ନ୍ ଯୋଜନାରେ କାର୍ଯ୍ୟକାରିତା ଏବଂ ହିତାଧିକାରୀ ଙ୍କ ସନ୍ତୁଷ୍ଟି କୁ ନେଇ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଦିନମାନ ର ବିଭିନ୍ନ କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା, ବରିଷ୍ଠ ବିଜେପି ନେତା ଭୁବନ ମୋହନ ଜେନା, ବିଷ୍ଣୁ ଦାସ ପ୍ରମୁଖ ଯୋଗଦେଇ ଥିଲେ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More