ତାଳଚେର ବିମଳାଗଡ ରେଳପଥକୁ ନେଇ ସଚେତନ ନାଗରିକ ମଞ୍ଚର କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି

28

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ ) : କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ରେଳମନ୍ତ୍ରୀ ଭାବେ ସ୍ଥାନ ପାଇଥିବା ଅଶ୍ବିନୀ ବୈଷ୍ଣବଙ୍କୁ ରାଉରକେଲା ସଚେତନ ନାଗରିକ ମଞ୍ଚ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇ ଏକ ଚିଠିି ପ୍ରେରଣ କରାଯାଇଛି । ଏହି ଚିଠିରେ ରାଉରକେଲା ସହର ଓ ମଂଚ ସଂପର୍କରେ ତଥ୍ୟ ତଥା ଏହାର ଆଭିମୁଖ୍ଯ ବିଷୟରେ ଅବଗତ କରାଯାଇଛି। ସେହିପରି ସହର ତଥା ଜିଲ୍ଲାର ଏକ ପ୍ରମୁଖ ପ୍ରସଙ୍ଗ ଭାବେ ରହିଥିବା ତାଳଚେର- ବିମଳାଗଡ ରେଳପଥ ପାଇଁ ସୂଚନା ଦିଆଯାଇ କୁହାଯାଇଛି ଯେ ଓଡିଶା ସରକାର ଓ କେନ୍ଦ୍ର ରେଳ ବିଭାଗର ଉଦାସୀନତା ଯୋଗୁଁ ଏହି ପ୍ରକଳ୍ପ ଯେତିକି ଆଗେଇବା କଥା ସେତିକି ଆଗେଇ ପାରିନାହିଁ। ଏହି ପ୍ରକଳ୍ପ ହେଲେ ପାରାଦ୍ବୀପ ବନ୍ଦର ଓ ରାଉରକେଲା ମଧ୍ୟରେ ଥିବା ଦୂରତା ପ୍ରାୟ ୨୦୦କିମି ହ୍ରାସ ପାଇବ। ଫଳରେ ଗମନାଗମନ ଖର୍ଚ୍ଚ, କଞ୍ଚାମାଲ, କୋଇଲା ଆଦି ପରିବହନ ମୂଲ୍ୟ ହ୍ରାସ ପାଇବ। ସେହିପରି ଏହି ରେଳପଥ ଯୋଗୁଁ ରାଉରକେଲା ଇସ୍ପାତ କାରଖାନାକୁ ଜାମସେଦପୁର, ରାଞ୍ଚି,ବୋକାରୋ ରୁ କୋଇଲା ଆମଦାନୀ ରପ୍ତାନୀ କରାଯାଇ ପାରିବ। ଏଥିପାଇଁ ସମୟ ବଂଚିବା ସହ ଏହାଦ୍ବାରା ପାର୍ଶ୍ବାଞ୍ଚଳ ରାଉରକେଲା, ଝାରସୁଗୁଡା,ବଣାଇଁଗଡ ଇତ୍ୟାଦିର ବିକାଶ ମଧ୍ୟ ହୋଇପାରିବ। ଅନ୍ୟ ପକ୍ଷରେ ରାଉରକେଲାଠାରେ ରେଳବାଇ ର ଡିଭିଜନ ପ୍ରତିଷ୍ଠା କରାଗଲେ ରାଉରକେଲା ଷ୍ଟେସନ ଓ ବନ୍ଧମୁଣ୍ଡା ମାର୍ଶଲୟାର୍ଡ ଉନ୍ନତି ହୋଇପାରିବ। ଯାହାକି ଦୀର୍ଘ ଦିନରୁ ଦାବି ହୋଇ ଆସୁଅଛି। ସେହିପରି ରାଉରକେଲା ରେଳ ଷ୍ଟେସନକୁ ଏକ ବିଶ୍ଵସ୍ତରୀୟ ରେଳ ଷ୍ଟେସନରେ ପରିଣତ କରାଯାଇ ଏଠାରୁ ନୂଆ ଟ୍ରେନ୍ ଚଳାଚଳ ସହ ରେଳଗାଡି ଗୁଡିକୁ ସଫା କରାଯାଇ ନୂଆରୂପ ଦିଆ ଯାଇ ପାରିବ। ୱାଗନ ତିଆରି କରିବା ପାଇଁ ବନ୍ଧମୁଣ୍ଡା ଏକ ଉଚିତ୍ ସ୍ଥାନ। ଆବଶ୍ୟକୀୟ ଷ୍ଟିଲ ପ୍ଲେଟ ଓ ଏଚଆର କଏଲ୍ ମଧ୍ୟ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ପାଖରୁ ପାଇହେବ। ଫଳରେ ଜୀବିକା ବୃଦ୍ଧି ହୋଇପାରିବ। ସଂପ୍ରତି ରାଉରକେଲା ଇସ୍ପାତ କାରଖାନାରୁ ବର୍ଷକୁ ୨୫ମିଲିଅନ ଟନ ଅଶୋଧିତ ଲୁହା ଉତ୍ପାଦନ କରୁଛି। ଯାହା ପରବର୍ତ୍ତୀ ସମୟରେ ଏହା ଅଧିକ ବ୍ୟାପକ ହୋଇପାରିବ। ଆପଣ ଆମ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଅପୂର୍ବ ସମନ୍ବୟ ରକ୍ଷା କରି ଏହି ଦିଗରେ ଦୃଷ୍ଟି ଦେଲେ ଆପଣଙ୍କ ଦକ୍ଷତା ପ୍ରତିପାଦିତ ହୋଇପାରିବ। ପୂର୍ବରୁ ଆପଣ ଗୁରୁଣ୍ଡିଆ ବ୍ଲକରେ ବିଡିଓ ଓ ବଣେଇ ସବଡିଭିଜନରେ ଉପଜିଲ୍ଲାପାଳ ଭାବେ କାର୍ଯ୍ୟକରି ବେଶ୍ ଉଚ୍ଚପ୍ରଶଂସିତ ହୋଇପାରିଥିଲେ। ସେହିପରି କଟକ ଓ ବାଲେଶ୍ବରରେ ଜିଲ୍ଲାପାଳ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଓଡିଶାରୁ ତିନି ତିନିଜଣ ରେଳମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଥିଲେହେଁ ଓଡିଶାବାସୀ ଆପଣଙ୍କ ଠାରୁ କିଛି ଅଧିକ ଆଶା ରଖିଛନ୍ତି। ଯାହା ଆପଣଙ୍କ ଦ୍ୱାରା ସମ୍ଭବ ହୋଇପାରିବ ବୋଲି ବିଶ୍ବାସ ଅଛି। ଆପଣଙ୍କ କାର୍ଯ୍ୟ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଶା ପୂରଣ କରିପାରିବ ବୋଲି ଓଡିଶାବାସୀ ଆପଣଙ୍କ ଠାରୁ ଆଶା ରଖିଛନ୍ତି ବୋଲି ମଂଚର ସାଧାରଣ ସଂପାଦକ ପି ପି ରାୟ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More