ତାରା ବାହିନୀପତିଙ୍କୁ କାଉଣ୍ଟର ଆଟାକ କଲା ବିଜେଡି

10

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ରେ ହୋଇଥିବା ଦୁର୍ନୀତି ର ତଦନ୍ତ କରି ଉପଯୁକ୍ତ ନ୍ୟାୟ ଦେବା ଉଦ୍ଦେଶ୍ୟ ରେ ଅନଶନ ରେ ବସିଥିଲେ ପାପଡାହାଣ୍ଡି ବ୍ଲକ କଂଗ୍ରେସର ସମସ୍ତ ସଦସ୍ୟ l ଗତ କାଲି ଉକ୍ତ ଅନଶନରେ ଯୋଗ ଦେଇଥିଲେ ନବରଙ୍ଗପୁର ଜିଲ୍ଲା ପ୍ରଭାରୀ ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି l ନିଜ ଅଭିଭାଷଣ ରେ ବାହିନୀପତି ପାପଡାହାଣ୍ଡି ବିଡ଼ିଓ ଙ୍କୁ ସିଧା ସଳଖ ଟାର୍ଗେଟ କରିଥିବା ବେଳେ ବିଡ଼ିଓ ଓ ବାହିନୀପତି ମଧ୍ୟରେ କଥା କଟାକଟି ହୋଇଥିଲା l ବାହିନୀପତି ବିଡ଼ିଓ ମହୋଦୟା ଙ୍କୁ ଦଳିତ ଆଦିବାସୀ ଆଢୁଆଳ ରେ ନିଜକୁ ରଖି ଦୁର୍ନୀତି କରି ଚାଲିଛନ୍ତି ବୋଲି ଯେଉଁ ଅଭିଯୋଗ କରିଥିଲେ ଆଜି ତାହାର ଜବାବ ଦେଇଛି ବିଜେଡି l ଜୟପୁର ବିଧାୟକ ଜଣେ ମହିଳା ଅଧିକାରୀଙ୍କୁ ଯେପରି ବ୍ୟବହାର କରିଛନ୍ତି ତାର ଦୃଢ଼ ନିନ୍ଦା କରିବା ସହ ଦଳିତ ଓ ଦୁର୍ନୀତି ଗ୍ରସ୍ଥ ବୋଲି ଯେଉଁ ମନ୍ତବ୍ୟ ଦେଇଛନ୍ତି ତାକୁ ମଧ୍ୟ ସମାଲୋଚନା କରିଛନ୍ତି l ପାପଡାହାଣ୍ଡି ବ୍ଲକରେ ବିଜେଡିର ନିର୍ବାଚିତ ସମସ୍ତ ଜନ ପ୍ରତିନିଧି ଜୟପୁର ବିଧାୟକଙ୍କ ଏପରି ମନ୍ତବ୍ୟ କୁ ସହ୍ୟ କରିନପାରି ବିରୋଧୀ ଏପରି ଘୃଣ୍ୟ କାର୍ଯ୍ୟ କରିଥିବା ଯୋଗୁଁ ତାଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି l ଦଳିତ ବୋଲି ଯେଉଁ ଆକ୍ଷେପ କରିଛନ୍ତି ତାକୁ ନେଇ ମଧ୍ୟ ବିବାଦ ଘନେଇବାରେ ଲାଗିଛି l ଦଳିତ ମାନଙ୍କ ପାଇଁ ମା ମାନଙ୍କ ସମ୍ମାନ ପାଇଁ ବିଜେଡି ସବୁବେଳେ ଅଛି, ଆଉ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ନହେଲେ ଆଗକୁ ମଧ୍ୟ ରାଜରାସ୍ତା କୁ ଓଲ୍ହାଇବା ପାଇଁ ଚେତାବନୀ ଦେଇଛନ୍ତି ମାନ୍ୟବର ଡାବୁଗାଁ ଲୋକ ପ୍ରିୟ ବିଧାୟକ ମନୋହର ରନ୍ଧାରୀ l ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ,ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକଙ୍କ ସହ ବ୍ଲକ ଅଧକ୍ଷା ଓ ଅନ୍ୟାନ୍ୟ ବିଜେଡି କର୍ମୀ ଉପସ୍ଥିତ ଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More