ତାଣ୍ଡବ ରଚିଲା କାଳବୈଶାଖୀ

10

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଅନ୍ତର୍ଗତ ରଙ୍ଗଣି ପଞ୍ଚାୟତରେ ଦିନ ୧୧ ୩୦ ସମୟରେ କାଳବୈଶାଖୀ ସାଙ୍ଗକୁ ହସ୍ତିସଣ୍ଡାର ପ୍ରକୋପରେ ରଙ୍ଗଣି ପଞ୍ଚାୟତର ସୈରେନ୍ଦ୍ର ପୁର୍ ଓ ଚାଆଁରା କୋଲା ଏହି ଦୁଇଟି ଗ୍ରାମ ର ୧୧ ପରିବାର ଙ୍କର ବାସ ଗୃହ ହରାଇଛନ୍ତି। କାଳବୈଶାଖୀ ସାଙ୍ଗକୁ ହସ୍ତିସଣ୍ଡା ଏତେ ଭୟଙ୍କର ତାଣ୍ଡବ ରଚିଥିଲା ଯେ ମହାପ୍ରଳୟ ବାତ୍ୟା ଠାରୁ ବି ଆହୁରି ଭୟଙ୍କର ଥିଲା। ସେଠାକାର ବଡ଼ ବଡ଼ ଗଛ ଉପୁଡ଼ି ପଡିଥିବା ବେଳେ ଘର ମାନଙ୍କର ଆଜବେଷ୍ଟ ଓ ନଡା ଛପର ଉଡ଼ାଇ ଏଣେତେଣେ ଫପାଡି ଥିବାର ଦୃଶ୍ୟ ହେଉଥିଲା। ସେହି ୨ ଗାଁର ୧୧ ପରିବାର ବାସହରା ହୋଇଥିବା ବେଳେ ୯ ଗୋଟି ଗୁହାଳ ମଧ୍ୟ ନଷ୍ଟ ହୋଇଥିଲା। ତାଳଚୁଆ ସାମୁଦ୍ରିକ ଥାନା ର Iic ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ବାରିକ ଓ ସରପଞ୍ଚ ପ୍ରତିନିଧି ରତ୍ନାକର ଜେନା ସମିତି ସଭ୍ୟାଙ୍କ ପ୍ରତିନିଧି ମାଧବ ଦଳାଇ ଘଟଣା ସ୍ଥଳରେ ପହଞ୍ଚି ବିପଣ୍ଣ ଲୋକମାନଙ୍କୁ ସୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More