ଭଦ୍ରକ(ସଂଘର୍ଷ ମିଡିଆ ) : ତହସିଲ ପକ୍ଷରୁ ଅମାନିଆଙ୍କ ଠାରୁ ଜରିମାନା ଆଦାୟ। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ତହସିଲ ପକ୍ଷରୁ ମଞ୍ଜୁରୀରୋଡ ବଜାର ଠାରୁ ଜରିମାନା ଆଦାୟ ହୋଇଥିବା ସୂଚନା ଦିଆଯାଇଛି। ସପ୍ତାହାନ୍ତ ସଟ ଡାଉନ ସମୟରେ ବଜାର ସ୍ଥିତ କେତେକ ଦୋକାନ ଖୋଲା ଥିବାରୁ ସେଠାରୁ ଜରିମାନା ଆଦାୟ ହୋଇଥିବା ସୂଚନା ଦିଆଯାଇଛି। ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ଉକ୍ତ ଅଂଚଳରେ ଯାଞ୍ଚ କରୁଥିବା ବେଳେ ଉକ୍ତ ଦୋକାନ ଗୁଡ଼ିକ ଖୋଲା ଥିବା ଦେଖିବାକୁ ପାଇଥିଲେ। ଏହାପରେ ସ୍ଥାନୀୟ ପୁଲିସ ସହାୟତାରେ ତହସିଲଦାର ସେଠାରେ ପହଞ୍ଚି ଅମାନିଆ ଦୋକାନୀ ମାନଙ୍କ ଠାରୁ ଜରିମାନା ଆଦାୟ କରିଥିବା ସୁଚନା ମିଳିଛି। ବଜାର ଠାରେ ଥିବା ଦୁଇ ପ୍ରମୁଖ ତେଜରାତି ଦୋକାନ ଓ ଗୋଟିଏ ଲୁଗା ଦୋକାନରୁ ଜରିମାନା ବାବଦରେ ଅର୍ଥ ଆଦାୟ ହୋଇଛି। ଆଦାୟ ଅର୍ଥ ତହବିଲରେ ପୈଠ କରାଯାଇଛି । ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।