ତହସିଲ ଘେରିବାକୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

27

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପରେ ମଧ୍ୟ ବୌଦ୍ଧ ଜିଲ୍ଲା ରେ ଶହ ଶହ ଭୂମି ହୀନ ଏବଂ ଡିହ ହୀନ ଥିବା ବେଳେ ପ୍ରାୟ ଶତାଧିକ ପାଣ – ଗଣ୍ଡା ସାହିକୁ ସରକାରୀ ରାସ୍ତା ନାହିଁ । ଏହି ପରିପ୍ରେକ୍ଷୀରେ ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ କଣ୍ଟାମାଳ ବ୍ଲକ ଏକ ନମ୍ବର ଜୋନ୍ ର ଆଠ ଗୋଟି ପଂଚାୟତ ର ଭୂମି ହୀନ ମାନଙ୍କୁ ନେଇ ଘଣ୍ଟା ପଡ଼ା ପଂଚାୟତ ର ଶ୍ରୀମାଲ ଆମ୍ବ ତୋଟା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ବରିଷ୍ଠ ଜିଲ୍ଲା ଉପ ସଭାପତି ବସନ୍ତ କୁମାର ଖୁରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ସମାଜ ର ସାମାଜିକ ଏକତା , ସାମ୍ବିଧାନିକ ଅଧିକାର , ନାଗରିକ ଅଧିକାର , ଦଳିତ ଅଧିକାର ତଥା ମାନବିକ ଅଧିକାର ଉପରେ ଆଲୋକପାତ କରିଥିଲେ । ଭୂମି ହୀନ ମାନଙ୍କୁ ସରକାରଙ୍କ ” ମୋ ଜମି , ମୋ ଡ଼ିହ ” ଯୋଜନାରୁ ଦୁଇ ଏକର ଚାଷ ଜମି ଏବଂ ଦଶ ଡିସିମିଲ ଘର ଡିହ ପ୍ରଦାନ ଦାବୀରେ ଚଳିତ ମାସ ୨୭ ତାରିଖ ଶୁକ୍ରବାର କଣ୍ଟାମାଳ ତହସିଲ୍ କାର୍ଯ୍ୟାଳୟ ଘେରାଉ ଦାବୀ ପତ୍ର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । କନ୍ଧମାଳ ଜିଲ୍ଲାର ବରିଷ୍ଠ ଆଇନଜୀବି ସତ୍ୟ ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜର ହକ୍ ଏବଂ ଅଧିକାର ପାଇଁ ଶେଷ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବା ପାଇଁ ଉପସ୍ଥିତ ଥିବା କାର୍ଯ୍ୟକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନ୍ୟତମ ଜିଲ୍ଲା ଉପ ସଭାପତି ରୋହିତ କହଁର , କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି , ଯୁଗ୍ମ ସଂପାଦକ ଶ୍ରୀନିବାସ ହାତୀ , ସଂଗଠନ ସମ୍ପାଦକ ଦେବଦତ୍ତ ସାଗର , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରବୀନ୍ଦ୍ର ନାଗ , ସୁରେଶ୍ ମହାନନ୍ଦ , ଘଣ୍ଟାପଡ଼ା ପଂଚାୟତ ସଭାପତି ଚମାର ତାଣ୍ଡି , ବ୍ଲକ ସଂଯୋଜକ ଦ୍ରୋଣ ମହାନନ୍ଦ , ସଂପାଦକ ଠାକୁର କାହାରି , କୋଷାଧ୍ୟକ୍ଷ ଟିଟୁ ବିଭାର , ବରଗାଁ ପଂଚାୟତ ସଭାପତି ପରମେଶ୍ବର ଛତ୍ରିଆ , ସଂପାଦକ ସୁବାଷ ମହାନନ୍ଦ , କୋଷାଧ୍ୟକ୍ଷ ଧିରଲି ଦୀପ , ନାରାୟଣ ପ୍ରସାଦ ପଞ୍ଚାଯତ ସଭାପତି କୈବଲ୍ୟ ମୁନା , ସଂପାଦକ ହୃଦାନନ୍ଦ ମହାନନ୍ଦ , କୋଷାଧ୍ୟକ୍ଷ କର୍ଣ୍ଣ ବାଘ , କୁଲୁତାଯୋର୍ ପଂଚାୟତ ସଭାପତି ଜଗତରାମ ହରିପାଲ , ବ୍ଲକ ସଂଯୋଜକ ଦିଲ୍ଲୀପ ବିଶ୍ଵାଳ , ଖୁଣ୍ଟିଗୋରା ପଂଚାୟତ ସଂପାଦକ ପ୍ରଦୀପ ନନ୍ଦ , ବ୍ଲକ ସଂଯୋଜକ ଶରତ ସୁନା , ଗୁଡ଼ଭେଲିପଦର ପଂଚାୟତ ସଭାପତି ଶରଧାକର ଗେଜ , ଉପ ସଭାପତି ଶ୍ରୀଧର କୁମ୍ଭାର , ବରିଷ୍ଠ ସମାଜସେବୀ ସଞ୍ଜୟ ବାଘ , ଧରଣୀଧର ବିଭାର , ନାଗେଶ୍ଵର ରାଜହଂସ , ଜୟକୃଷ୍ଣ ମୁଗ୍ରୀ , ସମ୍ପଦ ନାଗ , ସତ୍ୟ ବାଘ , ବନମାଳୀ ମୁନା , ପଙ୍କଜ ମହାନନ୍ଦ ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ରିପୋର୍ଟ, ଉଗ୍ରସେନ କର୍ମୀ,ସଂଘର୍ଷ ନ୍ୟୁଜ, ବୌଦ୍ଧ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More