ତହସିଲିରେ ସଫେଇ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

19

Get real time updates directly on you device, subscribe now.

ନରସିଂହପୁର ( ସଂଘର୍ଷ ମିଡିଆ ) : ବଡ଼ମ୍ବା ଓ ନରସିଂହପୁର ବ୍ଲକ ର କ୍ଲିନର ମାନେ ଆଜି ନରସିଂହପୁର ତହସିଲି ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣାରୁ ପ୍ରକାଶ ଯେ ପୂର୍ବରୁ ତହସିଲିଦାର ସୁଷମା ବାରିକ କ୍ଲିନର ସଂଘକୁ ଫୁଲପଡା ରାସ୍ତାରେ ଜାଗା ଖଣ୍ଡିଏ ଦେଇଥିବାର ସୂଚନା ମିଳିଛି । ମାତ୍ର ଏହିଯାଗାକୁ କ୍ଲିନର ସଂଘ ତରଫରୁ ଦଖଲକୁ ନେଇଥିଲେ। ସଂଘ ତରଫରୁ ରହିବା ଲାଗି ସେମାନେ ଘର ଆରମ୍ଭ କରିଥିଲେ।ସଫାକରିବା ସମୟରେ ନରସିଂହପୁର ତହସିଲିଦାର ଏହାକୁ ବାରଣ କରିବା ସହ ଉକ୍ତ କାମକୁ ବନ୍ଦ କରିଥିଲେ । ଏଥିରେ କ୍ଲିନର ସଂଘ ର ସମସ୍ତେ ଏକଜୁଟ ହୋଇ ତହସିଲିକୁ ବନ୍ଦ କରିଛନ୍ତି ଓ ଗେଟ ଆଗରେ ବିଭିନ୍ନ ନାରବାଜି ଦେଇଥିଲେ । ସ୍ଥାନୀୟ ତହସିଲିଦାର ଜାଣିବା ଦରକାର ନରସିଂହପୁର ପୁରରେ ରାଜନେତା ଠାରୁ ଆରମ୍ଭ କରି ବଡ଼ ସାନ ପର୍ଯ୍ୟନ୍ତ ନରସିଂହପୁରକୁ ଅଧା ସରକାରୀ ଜାଗା ମାଡି ବସିଛନ୍ତି । ତାଙ୍କ ପାଇଁ ଆଇନି କିଛି ନାହିଁ । ମାତ୍ର କ୍ଲିନର ସଂଘକୁ ଜାଗା ଦେଇ ହଇରାଣ କରିବା ସାଧାରଣ ରେ ଆଲୋଚନା ହେଉଛି । ଏବିଷୟରେ ତହସିଲିଦାରଙ୍କ ସହ ଯୋଗାଯୋଗ ହୋଇପାରିନାହିଁ ନରସିଂହପୁର ସଞ୍ଜୟ ପଟ୍ଟନାୟକ ସହ ଆରବିନ୍ଦ ପ୍ରଧାନଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More