କେନ୍ଦ୍ରାପଡା: ସଂଘର୍ଷ ନିଉଜ ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗରଦପୁର ବ୍ଲକ ଅନ୍ତର୍ଗତ ପାଖଡ ଗ୍ରାମର ତପନ ମଲ୍ଲଙ୍କ ହତ୍ୟାକାଣ୍ଡ ଘଟଣା ଏଥି ମଧ୍ୟରେ ୧ମାସ ବିତିଯାଇଥିଲେ ମଧ୍ୟ ହତ୍ୟା କାରୀଙ୍କୁ ଏପର୍ଯ୍ୟନ୍ତ ପୋଲିସ ଗିରଫ ନକରିବା ପଛେ କଣ ରହିଛି କାରଣ । ଏହି ଘଟଣାବଳୀକୁ ନେଇ ମଧ୍ୟ ତପନ ନାୟକର ସପରିବାର ଏକ ଲିଖିତ ଅଭିଯୋଗ ମଧ୍ୟ ପାଟକୁରା ଥାନାରେ କରାଯାଇଛି । ଏହି ଘଟଣା ବଳୀକୁ ନେଇ ଏକ କେସ୍ ମଧ୍ୟ ରେଜେଷ୍ଟ୍ରି ପାଟକୁରା ପୋଲିସ୍ କରିଛି ହେଲେ ଅଦ୍ୟାବଧି ପଦକ୍ଷେପ୍ ଶୂନ୍ ହୋଇଥିବାରୁ । ତୁରନ୍ତ ଅଭିଯୁକ୍ତ ବା ଆସାମୀ ମାନଙ୍କୁ ଗିରଫ୍ ଦାବି ଓ ପାଟକୁରା ଥାନା ପୋଲିସର ନିଷ୍କ୍ରିୟତା ପଦକ୍ଷପ୍ ଏବଂ ନୀରପେକ୍ଷ ତଦନ୍ତ ପାଇଁ ମାନବ ଅଧିକାର କର୍ମୀ ତଥାମିଡ଼ିଆ ପ୍ରଭାରୀ ମହେଶ ପାଢ଼ୀ ଙ୍କ ନେତୃତ୍ୱ ରେ ଭାରତୀୟ ମାନବ ଅଧିକାର ପରିଷଦ୍ ଓଡିଶା ଶାଖା ତରଫରୁ ବହୁ ସାମାଜିକ କର୍ମୀ ଓ ତପନ ମଲ୍ଲର ପରିବାର ସଦସ୍ୟ ଏବଂ ମାନବାଧିକାର ପରିଷଦ ଜିଲ୍ଲା ଶାଖାର କର୍ମକର୍ତ୍ତା ମାନେ ପ୍ରତିବାଦ ସ୍ୱରୂପ ବିକ୍ଷୋଭ୍ ପ୍ରଦର୍ଶନ କରିବା ସହିତ ଅଭିଯୁକ୍ତ ବା ଆସାମୀ ମାନଙ୍କୁ ଆଜିଯାଏ ପୋଲିସ କାହିଁକି ଗିରଫ୍ କରୁନି ଓ ଏହା ପଛରେ କିପ୍ରକାର ଏବଂ କଣ ରହସ୍ୟ ଲୁଚି ରହିଛି ନା କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ପାଟକୁରା ଥାନା ଅଧିକାରୀ ନୀରବ ଦ୍ରଷ୍ଟା ପାଲଟିଛନ୍ତି ତାହା ସାଧାରଣ ରେ ଚର୍ଚା ହେଉଛି।
.
Get real time updates directly on you device, subscribe now.