ତନ୍ତ୍ର ବଳରେ ବ୍ୟବସାୟ ଭଲ ଚାଲିବା ପାଇଁ ତାନ୍ତ୍ରିକ ଠକି ନେଲା ୨୦ ହଜାର ଟଙ୍କା

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ରେ ଭଲ ବ୍ୟବସାୟ ଚାଲିବା ପାଇଁ ତାନ୍ତ୍ରିକ ଆନ୍ଧ୍ର ପ୍ରଦେଶର ବ୍ୟବସାୟୀଙ୍କ ଠାରୁ ୨୦ ହଜାର ଟଙ୍କା ତାନ୍ତ୍ରିକ ପୂଜା କରିବା ନେଇ ଠକି ସେଠାରୁ ଫେରାର ହୋଇ ଯିବା କଥା ଏ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି l ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଞ୍ଚଳରେ l ଅନ୍ୟ ପଟରେ ଠକାମୀର ଶିକାର ହୋଇଥିବା ବ୍ୟବସାୟୀ ଲୋକ ଲଜ୍ଜା ଭୟରେ ଥାନାରେ ଅଭିଯୋଗ ନ କରି ଥିବା ବେଳେ ଦୁଇ ଦୁର୍ବୃତ୍ତଙ୍କ ଫଟୋ ନିଜ ମୋବାଇଲରେ ଉତ୍ତୋଳନ କରିଛନ୍ତି l ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇ ଥିବା ଉମରକୋଟ ଥାନା ଅଞ୍ଚଳର ଜଣେ ବ୍ୟକ୍ତି ଓ ଭଦ୍ରାଚଳମର ଜଣେ ବ୍ୟବସାୟୀଙ୍କ ମଧ୍ୟରେ ପରିଚୟ ହୋଇଥିଲା l ନବରଙ୍ଗପୁର ଜିଲ୍ଲାର ଜଣେ ତାନ୍ତ୍ରିକ ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରୁଥିବା ନେଇ ବ୍ୟବସାୟୀଙ୍କୁ କହିଥିଲେ l ତନ୍ତ୍ର ମନ୍ତ୍ର ବଳରେ ତୁମ ବ୍ୟବସାୟଉ ହୋଇପାରିବ କହିବା ସହିତ ତାନ୍ତ୍ରିକ ତନ୍ତ୍ର ବଳରେ ଲେମ୍ବୁକୁ ଖାଲିରେ ଉପରକୁ ନେଉଥିବା କରିଥିଲେ l ଏଥିସହ ତାନ୍ତ୍ରିକଙ୍କ ଦ୍ଵାରା ପ୍ରସ୍ତୁତ ଦୁଇଟି ଛୋଟ ଭି ଡି ଓ ମୋବାଇଲରେ ଦେଖାଇ ଥିଲେ l ତେବେ ପୂଜା ପାଇଁ ତାନ୍ତ୍ରିକ ୨୦ରୁ୩୦ ହଜାର ଟଙ୍କା ନେଉଥିବା କହିଥିଲେl ଉକ୍ତ କଥାରେ ବିଶ୍ବାସ କରି ଭଦ୍ରାଚଳମର ଦୁଇ ଜଣ ବ୍ୟବସାୟୀ ଭଲ ବ୍ୟବସାୟ ହେବା ଆଶାରେ ଗତ କାଲି ଏକ କାର୍ ଭଡା କରି ନବରଙ୍ଗପୁର ଆସି ଥିଲେ l ଯୋଜନା ମୁତାବକ ଠକ଼ ତାନ୍ତ୍ରିକ ଜଣକ ଉମରକୋଟ ଚେକ୍ ଗେଟ୍ ନିକଟରେ ଏକ ବାଇକରେ ଅପେକ୍ଷା କରି ରହିଥିଲେ l ଏହା ପରେ ଦୁଇ ବ୍ୟବସାୟୀ ତାନ୍ତ୍ରିକ ସହିତ ପୂଜା ସମ୍ପର୍କରେ ଆଲୋଚନା କରିଥିଲେ l ତେବେ ପୂଜା ପାଇଁ ୨୦ ହଜାର ଟଙ୍କା ଦେବାକୁ ପଡିବ ବୋଲି କହିବାରୁ ନଗଦ ୧୫ ହଜାର ଟଙ୍କା ଏବଂ ଫୋନ ପେ ମାଧ୍ୟମ ରେ ୫ ହଜାର ଟଙ୍କା ଦେଇଥିଲେ l ଟଙ୍କା ପାଇବା ପରେ ତାନ୍ତ୍ରିକ ଜଣକ ପୂଜା ସମାଗ୍ରୀ ଆଣିବାକୁ ଯାଉଥିବା କହି ସେହି ସ୍ଥାନରୁ ଚାଲି ଯାଇଥିଲେ l ବହୁ ସମୟ ଅତିକ୍ରାନ୍ତ ହେବା ପରେ ତାନ୍ତ୍ରିକ ନ ଆସିବାରୁ ବ୍ୟବସାୟୀ ଦୁଇଜଣ ତାଙ୍କ ଫୋନକୁ କଲ କରିଥିଲେ l ଫୋନ ସୁଇଚ୍ ଅଫ ଥିବାରୁ ଠକାମିର ଶିକାର ହୋଇଥିବା ଜାଣିପାରିଥିଲେ l ତେବେ ଲୋକ ଲଜ୍ଜା ଭୟରେ ଏନେଇ ଥାନାରେ ଏତଲା ନ ଦେଇ ଭଦ୍ରାଚଳମ ଫେରି ଯାଇଥିଲେ l ବ୍ୟବସାୟୀ ଦ୍ୱୟ ଦଲାଲ ଓ ତାନ୍ତ୍ରିକଙ୍କ ଫଟୋ ନିଜ ମୋବାଇଲରେ ଉତ୍ତୋଳନ କରିଥିବା ବେଳେ ଏଭଳି ଠକ ମାନଙ୍କ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି l ବ୍ୟବସାୟୀ ଜଣ ଙ୍କ ଟଙ୍କା ପଠାଇଥିବା ଫୋନ ପେ ନମ୍ବର ୭୬୮୩୯୭୧୬୪୩ ନାମ- ପିତାମ୍ବର ହରିଜନ ବୋଲି ଜଣାପଡିଛି l ଅନ୍ୟ କେହି ଏପରି ଠକାମି ର ଶିକାର ନ ହେବା ପାଇଁ ସେମାନେ ସମସ୍ତଙ୍କୁ ଏଭଳି ବାର୍ତ୍ତା ଦେଇଛନ୍ତି l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More