ତନ୍ତୀଆପାଳ ଚୋରି ଗ୍ୟାଙ୍ଗର ଆସାମୀ ମାନଙ୍କୁ ଗିରଫ ପରେ କେନ୍ଦ୍ରାପଡ଼ା ଏସପିଙ୍କ ସାମ୍ବାଦିକ ସମ୍ମିଳନୀ

27

Get real time updates directly on you device, subscribe now.

କେନ୍ଦ୍ରାପଡ଼ା(ସଂଘର୍ଷ ମିଡିଆ ) -: ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ତନ୍ତିଆପାଳ ଥାନା ଅନ୍ତର୍ଗତ କାକଟପୁର ଚୋରି ଘଟଣାର ଆସାମୀ ମାନଙ୍କୁ ଗିରଫ ସହ ଏସପିଙ୍କ ଦ୍ୱାରା ସାମ୍ବାଦିକ ସମ୍ମିଳନୀ । ଚଳିତ ମାସ 10 ତାରିଖ ଦିନ ରାତି 12:40 ସମୟରେ ଏକ ଛ ଜଣିଆ ଡକାୟତ ଗ୍ୟାଙ୍ଗ ତନ୍ତିଆପାଳ ଥାନା ଅଧିନସ୍ତ କାକଟପୁର ଗ୍ରାମର ଗଣେଶ ସ୍ୱାଇଁଙ୍କ ଘରେ ପଶି କଳା କନା ବୁଲାଇଦେଇଥିଲେ । ପ୍ରକୃତ ଘଟଣା ଏହିକିଯେ ଗଣେଶ ସ୍ୱାଇଁ ତାଙ୍କ ତିନିପୁଅ ରାଜ୍ୟ ବାହାରେ ରହି କାମ ରୁହନ୍ତି । ତିନି ବୋହୁ, ସ୍ତ୍ରୀ ଓ ତିନି ଛୁଆଙ୍କୁ ନେଇ ଗଣେଶ ସ୍ୱାଇଁ ନିଜ ନୂଆ ଘରେ ରହୁଥିଲେ। କିନ୍ତୁ 10 ତାରିଖ ରାତି 12ରୁ ଗୋଟାଏ ଭିତରେ ଛ ଜଣିଆ ଡାକାୟେତ ଗ୍ୟାଙ୍ଗ ଗଣେଶ ସ୍ୱାଇଁଙ୍କ ଘର ପଛପଟ ଦେଇ ଭିତରକୁ ପଶିଥିଲେ ସମସ୍ତେ ଶୋଇଥିବା ବେଳେ ଡକାୟତ ମାନେ ହାତରେ ଧରିଥିବା ମାରଣା ଅସ୍ତ୍ର ସାହାଯ୍ୟରେ ଘର ଲୋକଙ୍କୁ ଧମକ ଚମକ ଦେଇ ଚୋରି କରିଥିଲେ କିନ୍ତୁ ଗଣେଶ ସ୍ୱାଇଁ ନିଜର ଅର୍ଜିତ ଧନ ଚୋରିକୁ ଦେଖି ନିଜକୁ ରୋକିପାରିନଥିଲେ ଯାହା ଦ୍ୱାରା ଡକାୟତ ମାନେ ଖଣ୍ଡାରେ ଗଣେଶଙ୍କ ହାତକୁ ଚୋଟ ପକାଇଥିଲେ ଯାହା ଫଳରେ ଗଣେଶଙ୍କ ହାତ ଦୁଇଖଣ୍ଡ ହୋଇଯାଇଥିଲା । ସାନ ବୋହୁ ଅପ୍ରମଇ ସ୍ୱାଇଁ ଖଟ ତଳେ ଲୁଚି ନିଜ ଘର ପାଖ ଦେଢ଼ସୁରଙ୍କୁ ଫୋନ କରିଥିଲେ ଯାହା ଦ୍ୱାରା ଦେଢ଼ସୁର ଘର ପାଖ ଲୋକଙ୍କୁ ଡାକି ଡକାୟତଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ। ଡକାୟତ ମାନେ ଖସିଯିବା ପାଇଁ ଚାରି ରାଉଣ୍ଡ ଗୁଳି କରିଥିଲେ। ଘଟଣା ସ୍ଥଳରେ ଦେଢ଼ସୁର ଓ ଗ୍ରାମବାସୀଙ୍କ ଦ୍ୱାରା ଦୁଇ ଡକାୟତ ଧରା ପଡ଼ିଥିବା ବେଳେ ଅନ୍ୟମାନେ ଖସିଯିବାରେ ସଫଳ ହୋଇଥିଲେ । ପରବର୍ତୀ ସମୟରେ ପୋଲିସ ଦୁଇ ଡକାୟତଙ୍କୁ ଗିରଫ କରିବା ସହ ଅନ୍ୟ ମାନଙ୍କୁ ମଧ୍ୟ ଗିରଫ କରିଛି । ଏସପିଙ୍କ ସୂଚନା ଅନୁଯାଇ ନଗଦ ଏକ ଲକ୍ଷ ଷାଠିଏ ହଜାର ଟଙ୍କା, ଦୁଇ ନେକଲେସ, ଛ ସୁନା ଚେନ, ନଟା ସୁନା ଲକେଟ, ଆଠ ସୁନା ସାନଖି, ବାରଟି ମୁଦି । ପୋଲିସ ସୂଚନା ମୁତାବକ ଘଟଣାରେ ଧରା ଯାଇଥିବା ଆସାମୀ ହେଲେ ଭକ୍ତି ପ୍ରସାଦ ରାଉତ (ବଡ଼ପାଳ ମାର୍ଶାଘାଇ ), ପ୍ରତାପ ଚ ମଳିକ (ଜଗତି ମହାକାଳପଡ଼ା ), ଲିପୁ ସାହୁ (ବାଲିପାଟଣା ତିର୍ତୋଲ ), ଏସକେ ଲତିଫ (ଗୌଡ଼ଗୋପ କେନ୍ଦ୍ରାପଡ଼ା ଟାଉନ), ଏସକେ ଫିରୋଜ ( ଲାଲବାଗ କଟକ ), ମୁନା (ଖୁଲଡି ପାଟପୁର ), ପାକନ (ଖସା ପଡିଆ କେନ୍ଦ୍ରାପଡ଼ା ସଦର ), ଜାକିର ଖାନ ( ହଳଦିଆ କେନ୍ଦ୍ରାପଡ଼ା ସଦର ), ବୁବୁ (କଳାବୁଦା ପାଟକୁରା ) ସମେତ ଚୋରା ଜିନିଷକୁ କିଣିଥିବା ବ୍ୟକ୍ତି ମାନଙ୍କୁ ମଧ୍ୟରୁ ନେମାଳ, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା ସହରର ବ୍ୟକ୍ତିଙ୍କୁ ଗିରଫ କରାଯଇଛି । ଉକ୍ତ ଡକାୟତ ମାନଙ୍କ ମଧ୍ୟରୁ ଦୁଇ ଡକାୟତ ଏସକେ ଲତିଫ ଓ ଏସକେ ଫିରୋଜକୁ ସାହାସିକତାର ସହ ଧରିଥିବା ଗ୍ରାମର ଲୋକ ମାନଙ୍କୁ ଏସପିଙ୍କ ଦ୍ୱାରା ସଂମ୍ମାନିତ କରାଯାଇଛି । କେନ୍ଦ୍ରାପଡ଼ା ପୋଲିସର ବଡ ସଫଳତା ବୋଲି ଦେଖିବାକୁ ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More