ଡ୍ୟାନ୍ସରେ ପ୍ରଥମ ସ୍ଥାନ ଅଧିକାର କରି ୪୨ ଇଞ୍ଚର ଏଲଇଡି ଟିଭି ପୁରସ୍କାର ପାଇଲେ ଉମରକୋଟର ଝିଅ ପାୟଲ

19

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – କିଛିଦିନ ପୂର୍ବେ ନାଇଟ୍ ଡ୍ୟାନ୍ସ ଓ ମଡେଲିଂ ଚମ୍ପିଆନସିପ୍-୨ ର ଫାଇନାଲରେ ପହଞ୍ଚି ସେ ପ୍ରଥମେ ପ୍ରତିଯୋଗିତା ପାଇଁ ଅନଲାଇନରେ ଚୟନ ହେବା ପରେ କୋରାପୁଟ ଠାରେ ଅଫଲାଇନ ପ୍ରତିଯୋଗିତାରେ ଭାଗ ନେଇ ସେଥିରେ ସଫଳ ହୋଇଥିଲେ ଓ ଫାଇନାଲ ପାଇଁ ଚୟନ ହୋଇଥିଲେ। ଏହା ପୂର୍ବରୁ ମଧ୍ୟ ସେ ବିଭିନ୍ନ ଡ୍ୟାନ୍ସ ପ୍ରତିଯୋଗିତାରେ ଭାଗ ନେଇ ସଫଳ ହାସଲ କରିଥିଲେ । କୁନି ନୃତ୍ୟାଙ୍ଗନା ପାୟଲ ଙ୍କ ବୟସ ମାତ୍ର 10ବର୍ଷ। ପାୟଲ ଙ୍କ ବାପା ଗୈାତମ ସେଠୀ ଓ ତାଙ୍କ ମାଁ ସରସ୍ଵତୀ ସେଠୀ ଙ୍କ ଏକ ମାତ୍ର ଝିଅ ହେଉଥିବା ବେଳେ ତାଙ୍କ ଘର ହେଉଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ର ପୁରୁଣା ବ୍ୟାଙ୍କ ଲାଇନ୍ ଠାରେ। ଉମରକୋଟ ଦୁର୍ଗାପୂଜା ରେ ୪ ଦିନ ପର୍ଯ୍ୟନ୍ତ ଚାଲିଥିବା ଏହି ଡ୍ୟାନ୍ସ ପ୍ରତିଯୋଗିତା ରେ ପାୟଲ ପ୍ରଥମ ସ୍ଥାନ ଅଧିକାର କରି ଗୋଟିଏ ୪୨ ଇଞ୍ଚ୍ ର ଏଲ ଇ ଡି ଟିଭି ପୁରସ୍କାର ପାଇଛନ୍ତି । ଏତେ କମ୍ ବୟସରେ ପାୟଲ ପ୍ରଥମ ସ୍ଥାନ ହାସଲ କରିଥିବା ଯୋଗୁଁ ଉମରକୋଟ ଅଞ୍ଚଳରେ ଖୁସି ର ଲହରୀ ଖେଳିଯାଇ ଥିବାବେଳେ ଝିଅର ଉତ୍ତୋରୋତ୍ତର ଉନ୍ନତି କମନା କରିଛନ୍ତି।
ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More