ଡ୍ରେନ ପାଣି ରାସ୍ତାରେ ପ୍ରବାହିତ ହେବା ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ତରଫରୁ ରାସ୍ତା ଅବରୋଧ

120

Get real time updates directly on you device, subscribe now.

ଗଜପତି (ସଂଘର୍ଷ ମିଡିଆ) : –ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କ୍ରିଷ୍ଣା ହଲ୍ ନିକଟରେ ଡ୍ରେନ ପାଣି ରାସ୍ତାରେ ପ୍ରବାହିତ ହେବା ଯୋଗୁଁ ସ୍ଥାନିୟ ବାସିନ୍ଦା ଧାରଣା ଦେଇ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି।ଦୀର୍ଘ ଦିନ ହେଲା ନାଳ ପାଣି ରାସ୍ତାରେ ପ୍ରବାହିତ ହେଉଥିବା ବେଳେ ସ୍ଥାନୀୟ ଲୋକ ଜିଲ୍ଲା ପ୍ରଶାସନ ଓ ବିଭାଗକୁ ଗୁହାରୀ କଲେ ମଧ୍ୟ ତାର ସ୍ଥାୟୀ ସମାଧାନ ହୋଇ ପାରୁ ନ ଥିବା ଯୋଗୁଁ ନାଳ ପାଣି ରାସ୍ତାରେ ପ୍ରବାହିତ ହେଉଛି।ଯାହା ଫଳରେ ସ୍ଥାନୀୟ ଦୁର୍ଗନ୍ଧମୟ ହୋଇପଡିଛି। ଜନ ସାଧାରଣ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି।ସବୁ ଦିନ ଅଳିଆ ଆବର୍ଜ୍ଜନାରୁ ଜରି, ପାଣି ସବୁ ରାସ୍ତା ଉପରେ ଭାସୁଛି ଫଳରେ ଯିବା ଆସିବା ବାଧାପ୍ରାପ୍ତ ହେବାଛି।ଏହି କାରଣରୁ ଡେଙ୍ଗୁ ମ୍ୟାଲେରିଆ ହେବାର ସମ୍ଭାବନା ରହିଛି ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି।ଏହି ସମସ୍ୟା ନେଇ ସ୍ଥାନୀୟ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।ଯଥାଶୀଘ୍ର ଡ୍ରେନେଜ ନିର୍ମାଣ ଓ ରାସ୍ତା ମରାମତିର ସମାଧାନ ପାଇଁ ସ୍ଥାନୀୟ ବାସିନ୍ଦା ପ୍ରତିବାଦ କରିଛନ୍ତି। ଘଟଣା ସ୍ଥଳରେ ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More