ନବରଙ୍ଗପୁର – (ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲା ଡାବୁଗାଁ ସଦରମହକୁମାସ୍ଥିତ ରାଜ୍ୟ ରାଜପଥ କଡରେ ଓଡିଶା ଡ୍ରାଇଭର ମହାସଂଘ କାର୍ଯ୍ୟ।ଳୟ ସମ୍ମୁଖରେ ସଂଘ ପକ୍ଷରୁ ଏକ ଜଳଛତ୍ର ବୁଧବାର ଖୋଲାଯାଇଛି | ଏଥିରେ ଏହି ମୁଖ୍ୟ ରାସ୍ତା ଦେଇ ଉମରକୋଟ , ପାପଡାହାଣ୍ଡି, ନବରଙ୍ଗପୁର ଯିବାଆସିବା କରୁଥିବା ଯାତ୍ରୀମାନେ ରହି ପାନୀୟଜଳ ପିଇ ପାରିବେ | ଡ୍ରାଇଭର ମହାସଂଘ ତରଫରୁ ଏହି ଜଳଛତ୍ର ଖୋଲା ଯାଇଛି | ଏହି ଜଳଛତ୍ର କୋଳିବା ସମୟରେ ଓଡିଶା ଡ୍ରାଇଭର ମହାସଂଘ ଡାବୁଗାଁ ଶାଖା ସଭାପତି ସନ୍ତୋଷ ଭତ୍ରା, ଉପସଭାପତି ଦିଲ୍ଲୀପ ନାୟକ, ସମ୍ପାଦକ ଅମୀର ଅଲ୍ଲୀ ଖାନ, ଯୁଗ୍ମ ସମ୍ପାଦକ ବିଶ୍ଵଜିତ ବୈଠାରୁ, କୋଷାଧ୍ୟକ୍ଷ ଉମାକାନ୍ତ ପାତ୍ର, ଭୈରବ ରାଓ, ଡମ୍ବରୁ ନାୟକ, ଯୋଗେଶ ହରିଜନ, ପ୍ରଶାନ୍ତ ପଣ୍ଡା, କିଶୋର ଚନ୍ଦ୍ର ପରିଡା, ଗଣେଶ ସାଗର,ମନବୋଧ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।