ଡେପୁଟି କଲେକ୍ଟରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

13

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : ଜିଲ୍ଲା ଜରୁରୀ ବିଭାଗର ଡେପୁଟି କଲେକ୍ଟର ଭାବେ ଆବସ୍ଥାପିତ ଥିବା ଜିତେନ୍ଦ୍ର କୁମାର ପାତ୍ରଙ୍କର ଆଠମଲ୍ଲିକ ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି।ଶ୍ରୀ ପାତ୍ର ଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଏହି ଉପଲକ୍ଷେ ସର୍କିଟ ହାଉସ ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଶ୍ରୀ ପାତ୍ର ଜରୁରୀ ବିଭାଗ ସହ ଜିଲ୍ଲା ରେଡକ୍ରସର ସମ୍ପାଦକ ଭାବେ ଓ ଅନ୍ୟାନ୍ୟ ବିଭାଗରେ ମଧ୍ୟ ସୁଚାରୁ ରୂପେ ଦାୟିତ୍ୱ ତୁଲାଇଥିଲେ। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ,ଡେପୁଟି କଲେକ୍ଟର ସୁମନ୍ତ କୁମାର କର,ଡେପୁଟି କଲେକ୍ଟର ପ୍ରଶାନ୍ତ କୁମାର ଜେନା,ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ,ଡେପୁଟି କଲେକ୍ଟର ଆଦ୍ୟାଶା ରଥ,ପୁରୀ ତହସିଲଦାର କ୍ଷୀରୋଦ କୁମାର ବେହେରା,ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା, ଜରୁରୀ ବିଭାଗ ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲାସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ଜରୁରୀ ବିଭାଗ ଡିପିଓ ସୁକାନ୍ତ କୁମାର ଦାଶ,ଡି ସି ଜ୍ୟୋତିର୍ମୟ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More