ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) : -ବିଭିନ୍ନ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲ୍ଲାରେ ଯୁବନେତା ବଳଦେବ ପ୍ରସାଦ ବେଦବାକଙ୍କ ନେତୃତ୍ୱରେ ବାହାରିଥିବା ପରିବର୍ତ୍ତନ ଯାତ୍ରା ଆଜି ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର କର୍ଲାଯୁଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲ ପାଲି ଗ୍ରାମରୁ ଆରମ୍ଭ ହୋଇଥିଲା । ପ୍ରଥମେ ମହୁଲ ପାଲି ଗ୍ରାମରେ ମହାପ୍ରଭୁ ହନୁମାନଙ୍କ ର ବିଗ୍ରହ ପ୍ରତିଷ୍ଠା ପାଇଁ ଶୁଭସ୍ତମ୍ଭ ସ୍ଥାପନ ପୂର୍ବକ ଗ୍ରାମ ବାସୀଙ୍କ ଉପସ୍ଥିତି ରେ ପୂଜାର୍ଚ୍ଚନା କରାଯାଇ ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା, ଏହି ଯାତ୍ରା ମହୁଲ ପାଲି, ଗଜମାଲ, ତିଲେଇମାଲ୍ ଆଦି ଗ୍ରାମ ସମୁହକୁ ପରିକ୍ରମା କରିଥିଲା। ଏହି ଗ୍ରାମ ମାନଙ୍କରେ ଲୋକଙ୍କ ଠାରୁ ଜଳ ସେଚନ, ସ୍ବାସ୍ଥ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଦୁର୍ନୀତି ,ବିଜୁଳି ସମସ୍ୟା ମନରେଗା ସୁବିଧା ନ ପାଇବା ଇତ୍ୟାଦି ଅନେକ ପ୍ରସଙ୍ଗ ଉପରେ ଉପସ୍ଥିତ ଗ୍ରାମବାସୀ ଶ୍ରୀ ବେଦବାକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ପୁଣି ଚେରୁପାଲି ଗ୍ରୀଡ୍ ରୁ ସର୍ଗୁଲ ଫିଡ଼ର୍ ଲାଇନ୍ ବିନା କାରଣରେ ବାରମ୍ବାର ବିଜୁଳିକାଟ କରି ଲୋକଙ୍କୁ ଟାଟା ପାୱାର କମ୍ପାନୀ ହଇରାଣ କରୁଥିବା ପ୍ରକାଶ କରି ଦୃଢ଼ ଉଦବେଗ ପ୍ରକାଶ ପାଇଥିଲା, ଏହିପରିବର୍ତ୍ତନ ଯାତ୍ରାରେ ବଳଦେବ ପ୍ରସାଦ ବେଦବାକ ଙ୍କସହ ସୁରେଶ ପାତ୍ର,ପ୍ରଶାନ୍ତ ସାହୁ, ସନ୍ତୋଷ ସାହୁ ,ସୌମ୍ୟରଞ୍ଜନ,ରାମ ଘିବେଲା,ସଂଜିବ ସାହୁ,ଅଶୋକ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ବିଭିନ୍ନ ଗ୍ରାମ ମାନଙ୍କରେ ଲୋକମାନଙ୍କ ଅଭୂତପୂର୍ବ ସମର୍ଥନ ଦେଖିବାକୁ ମିଳିଥିଲା। ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ ।