ଡିଜି-ଗଭ” ଆପ ଉପରେ ଶିକ୍ଷକଙ୍କୁ ତାଲିମ

31

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଏସବିଆଇର ଡିଜି-ଗଭ ଆପ ଉପରେ ଶିକ୍ଷକ ମାନଙ୍କୁ ଏକ ତାଲିମ ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ନୀତିଶ ସ୍ଵାଇଁ ଯୋଗଦେଇ ଏହି ଆପ ମାଧ୍ୟମରେ କିପରି ବ୍ୟାଙ୍କ ନଯାଇ ଘରେ ରହି ଟ୍ରାଞ୍ଜାକସନ କରିପାରିବେ ସେ ଉପରେ ତାଲିମ ଦେଇଥିଲେ | ଏଥିରେ ପାଣ୍ଠି ମନିଟରିଙ୍ଗ, ଦୃତ କାର୍ଯ୍ୟ କାରିତା, ନମନୀୟ କାର୍ଯ୍ୟ ପ୍ରବାହ, ବଜେଟ ଯୋଜନା ଏବଂ ଆବଣ୍ଟନ, ଏମଆଇଏସ, ପିଏଫଏମଏସ ଭଳି କାର୍ଯ୍ୟ ବ୍ୟାଙ୍କ ନଆସି ବିଦ୍ୟାଳୟରେ ରହି ଏହି ଡିଜି-ଗଭ ଆପ ମାଧ୍ୟମରେ ଶିକ୍ଷକମାନେ ବ୍ୟାଙ୍କିଙ୍କ କାର୍ଯ୍ୟ କରିପାରିବେ | ଏହି ତାଲିମ କାର୍ଯ୍ୟକ୍ରମରେ ଡାବୁଗାଁ ବ୍ଲକ ଶିକ୍ଷା ଅଧିକାରୀ ଶିବ ଶଙ୍କର ମଣ୍ଡଳ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଚିତ୍ତରଞ୍ଜନ ପଟ୍ଟନାୟକ, ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରଭାସ ଚନ୍ଦ୍ର ରାୟ, ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ବ୍ଲକ ଅଧୀନ ମୋଟ ୧୦୮ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ଶିକ୍ଷକ ମାନେ ଉପସ୍ଥିତ ରହି ତାଲିମ ନେଇଥିଲେ | ନବରଙ୍ଗପୁର ଜିଲ୍ଲାରୁ ରଵିନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ୍ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More