ଡିଏପି ସାର ନାରେ ମାଟି ଗୁଣ୍ଡ କିଣି ଚାଷୀ ଠକାମୀର ଶିକାର

13

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଡିଏପି ସାର ନାରେ ମାଟି ଗୁଣ୍ଡ କିଣି ଚାଷୀ ଠକାମୀର ଶିକାର । ବସ୍ତା ଅସଲି ସାର ନକଲି ଏହି ପରି ରାସାୟନିକ ସାର ବ୍ୟବହାର କରି ଚାଷି ହତାଶ । ମୁଣ୍ଡରେ ହାତ ଦେଈ ବସିଛି ଚାଷୀ । ଏହି ପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକରେ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳରେ ଅଳ୍ପ ଦିନ ତଳେ ଏକ ବହୁ ରାଷ୍ଟ୍ରୀୟ କମ୍ପାନୀର ମକା ବିହନ ଲଗାଇଥିଲେ ଏବଂ ଏହି ମକା ବିହନ ରୁ ଗଜା ନ ବାହାରି ଯୋଗୁଁ ଠକାମୀ ର ଶିକାର ହୋଇଥିବା ବେଳେ, ପୁଣି ଠକାମୀ ର ଶିକାର ହୋଇଥିବା ଅଭିଯୋଗ ଆସିଛି ଏଥର କିନ୍ତୁ ଚାଷି ରାସାୟନିକ ସାର ନକଲି କିଣିଛନ୍ତି। ଗ୍ରାମର ବ୍ୟବସାୟୀ ସୁଦେଇ କୁମାର ମାଳି ଏହି ଅଞ୍ଚଳର ଶହ ଶହ ଚାଷୀଙ୍କୁ ଡିଏପି ସାର ନାରେ ଖାଲି ମାଟି ଓ ପଥର ଗୁଣ୍ଡ ବିକ୍ରୀ କରି ଠକି ନେଇଥିବା ଏହି ଅଞ୍ଚଳ ର ଚାଷୀ ଅଭିଯୋଗ କରିଛନ୍ତି ଯାହାର ଆନୁମାନିକ ମୂଲ୍ୟ ୫ କୋଟି ଟଙ୍କା ହେବ ବୋଲି ଚାଷୀ କହିଛନ୍ତି। ଆଉ ସବୁ ଠାରୁ ଆଶ୍ଚର୍ୟ୍ଯ ହେଲା ଲାଇସେନ୍ସ ନଥାଇ ଏହି ସାର ବିକ୍ରି କରିଥିଲା ବ୍ୟବସାୟୀ ଜଣକ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକର କୋପନା ପଞ୍ଚାୟତର ଚାଷୀ ଜୁନ ମାସରେ ମକା ବିହନ ଲଗାଇବା ପୂର୍ବରୁ ଏହି ଅଞ୍ଚଳର ବ୍ୟବସାୟୀ ସୁଦେଇ କୁମାର ମାଳିଙ୍କ ଠାରୁ କ୍ଵିଣ୍ଟାଲ ପିଛା ୩୨୦୦ ଟଂକାରେ DAP ସାର କିଣିଥିଲେ। ତେବେ ମକା ବିହନ ଲଗାଇବା ଓ ଧାନ ଚାରା ଲଗାଇବା ସମୟରେ କିଣି ଥିବା ସାର୍ ଦେଇଥିଲେ ହେଲେ ଗଛ ଲଗାଇବାର ୧୫ ରୁ ୨୦ ଦିନ ବିତିବା ପରେ ମଧ୍ୟ ଗଛର କୌଣସି ପରିବର୍ତ୍ତନ ନ ହେବା ଯୋଗୁଁ ଚାଷୀ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଚାଷୀ DAP ସାର ପକାଇଲା ପରେ ମଧ୍ୟ ସାର ଗୁଡ଼ିକ ପଥର ପରି ଜମି ଭିତରେ ରହିଲା ସିନା ଗୁଣ୍ଡ ହେଲାନି। DAP ସାର ପକାଇବା ପରେ ଗଛ ହୁଷ୍ଟ ପୃଷ୍ଟ ହୋଇ ବଡିଥାଏ କିନ୍ତୁ ୧୫/୨୦ ଦିନ ବିତିଗଲା ପରେ ମଧ୍ୟ ଗଛ ହୃଷ୍ଟ ପୃଷ୍ଟ ହୋଇ ନାହିଁ କିମ୍ବା ଗଛ ମୋଟେ ବଡିଲାନି,ଗଛର ରଙ୍ଗ ହଳଦିଆ ହେଇଯାଇଛି। ଅପର ପକ୍ଷେ ନିକଟରେ ଥିବା ଅନ୍ୟ ଚାଷୀ ଯେଉଁମାନେ ମାନେ ଅନ୍ୟ ସ୍ଥାନରୁ DAP ଆଣି ବ୍ୟବହାର କରିଥିଲା ସେମାନଙ୍କର ଧାନ ଓ ମକା ଭଲ ହେଇଥିବ ଜାଣିବା ପରେ ଚାଷୀ ନକଲି ସାର କିଣି ଠକାମୀ ର ଶିକାର ହେଇଥିବା ଜାଣିପାରିଲେ। ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ।ଏହି ସାର କପେନା, ବେହେଡା ପଞ୍ଚାୟତ ର ଶହ ଶହ ଚାଷୀ ଏହାର ଠକାମୀ ର ଶିକାର ହେଇଥିବା ଆଜି ଅଭିଯୋଗ କରିଛନ୍ତି ଚାଷୀ । ଧାର କରଜ କରି ଚାଷ କରିଛନ୍ତି ଚାଷୀ ବର୍ତ୍ତମାନ କିପରି ଋଣ ଶୁଝିବେ ସେହି ଚିନ୍ତାରେ । ନକଲି ସାର ବିକ୍ରି କରିଥିବା ବ୍ୟବସାୟୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ଚାଷୀ। ଅପର ପକ୍ଷେ କୃଷି ବିଭାଗ ର ଅଧିକାରୀ ଙ୍କୁ ଅବଗତ କରାଯିବା ପରେ ଜିଲ୍ଲା କୃଷି ବିଭାଗ DR ଅଜୟ କୁମାର କର , ଅତିରିକ୍ତ କୃଷି ଅଧିକାରି ନୀଳକଣ୍ଠ ପରିଡ଼ା ରାଜସ୍ଵ ବିଭାଗ ର ଉମରକୋଟ ଅତିରିକ୍ତ ତହସିଲଦାର ଉମେଶ ପୂଜାରୀ ଓ ପୋଲିସ୍ ପକ୍ଷରୁ ଏକ ଜଏଣ୍ଟ ଭେରିଫିକିସନ୍ କରି ବ୍ୟବସାୟୀଙ୍କ DAP ସାର ର ନମୂନା ସଂଗ୍ରହ ସହ ବେଆଇନ ଗଚ୍ଛିତ ପଚାଶ କ୍ୟୁଣ୍ଟାଲରୁ ଅଧିକ ସାର ଜବତ କରିଛନ୍ତି ଓ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More