ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଭାବେ ଡା. ଲକ୍ଷ୍ମୀଧର ସାହୁଙ୍କୁ ନିଯୁକ୍ତି ଦିଆଯାଇଛି। ଆଜି ଉଭୟ କାର୍ୟ୍ୟରେ ଯୋଗଦେବେ ବୋଲି ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି । କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ପଦ କିଛି ଦିନ ହେଲା ଖାଲିପଡ଼ିଥିଲା। କରୋନା ଚିକିତ୍ସା ସମୟରେ ହସ୍ପିଟାଲ ମୁଖ୍ୟ ନଥିବା ଯୋଗୁଁ ବିଭିନ୍ନ ସମସ୍ୟା ଦେଖାଦେଉଥିଲା। ବୌଦ୍ଧ ଜିଲା ହସ୍ପିଟାଲରେ ସିଡିଏମ୍ଓ ଭାବେ କାର୍ୟ୍ୟ କରୁଥିବା ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ସାହୁଙ୍କୁ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।