ଡାଲମିଆ ସିମେଣ୍ଟ ପୁନର୍ବାସ ଓ ଥଇଥାନ ଉପରେ ଜନଶୁଣାଣୀ ଶିବିର ଅନୁଷ୍ଠିତ

33

Get real time updates directly on you device, subscribe now.

ରାଜଗାଙ୍ଗପୁର (ସଂଘର୍ଷ ମିଡିଆ ) : ଲାଞ୍ଜିବେର୍ଣ୍ଣl ଚୁନପଥର ଖଣିର ସମ୍ପ୍ରସାରଣ ସକାଶେ ଜମି ଅଧିଗ୍ରହଣ ପର୍ଯ୍ୟାୟ କାର୍ଯ୍ୟକ୍ରମ ଜାରି ରହି ଅଛି l ଉକ୍ତ ଦ୍ୱିତୀୟ ପର୍ଯ୍ୟାୟ ଜମି ଅଧିଗ୍ରହଣ ସମୟରେ ଦୁଇଟି ଗାଁ ଯଥା ଜଲୋଡ଼ିହି (କୁକୁଡ଼ା ପଂଚାୟତ) ଏବଂ ରେଙ୍ଗାଲବାହାଲ (ଅଲଣ୍ଡା ପଂଚାୟତ) ର ବିସ୍ଥାପିତ ପରିବାରବର୍ଗଙ୍କୁ ଦୃଷ୍ଟି ରେ ରଖି ସୁନ୍ଦରଗଡ଼ ଉପଜିଲ୍ଲାପାଳ ତଥା ପ୍ରସାଶକ ପୁନର୍ବାସ ଓ ଥଇଥାନ ମେ 17 ତାରିଖ ପତ୍ର memo no – 402 ମାଧ୍ୟମରେ ପୁନର୍ବାସ ଏବଂ ଥଇଥାନ ଯୋଜନା ପଂଚାୟତ ଗୁଡ଼ିକୁ ପଠାଇଥିଲେ l ଏହି ସ୍କିମ ରେ ଓଡିଶା ପୁନର୍ବାସ ଓ ଥଇଥାନ ନୀତି 2006, RFCTLARR Act – 2013 ଏବଂ ସୁନ୍ଦରଗଡ଼ ଜିଲ୍ଲାର ବର୍ତମାନ ସୁଦ୍ଧା ହୋଇଥିବା ବିସ୍ଥାପିତ ପୁନର୍ବାସ ଓ ଥଇଥାନ ନୀତି କୁ ଅନୁସରଣ କରାଯାଇଛି l ସୁନ୍ଦରଗଡ଼ ଉପଜିଲ୍ଲାପାଳ ତଥା ପ୍ରସାଶକ, ପୁନର୍ବାସ ଓ ଥଇଥାନ ଶ୍ରୀ ଅଭିମନ୍ୟୁ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଜନଶୁଣାଣୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁନ୍ଦରଗଡ ସୁରେନ୍ଦ୍ର ମାଝୀ, ରାଜଗାଙ୍ଗପୁର ତହସିଲଦାର ଓ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପିୟୁଷ ଲୋହାର, କୁତ୍ରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ରବୀନ୍ଦ୍ର ସେଠି, ରାଜଗାଙ୍ଗପୁର ଥାନା ଅଧିକାରୀ ବିବତ୍ସ ପ୍ରଧାନ, ରାଜଗାଙ୍ଗପୁର ଏସଡିପିଓ ଡ଼.ସଶାଙ୍କ ଶେଖର ବେଉରା ଓ ଜିଲ୍ଲାର ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ l ବିସ୍ଥାପିତ ଲୋକମାନଙ୍କ ଅବଗତି ନିମନ୍ତେ ଛବି ସହିତ ଓଡ଼ିଆ ଭାଷା ରେ ବୁକଲେଟ, ଲିଫଲେଟ ଏବଂ ବ୍ୟାନର ପ୍ରସ୍ତୁତ କରାଯାଇ ଲୋକମାନଙ୍କ ମଧ୍ୟରେ ବିତରଣ କରାଯାଇଛି l ବିସ୍ଥାପିତ ପରିବାର ଏହି ଜମି ଅଧିଗ୍ରହଣ ପାଇଁ ପୁନର୍ବାସ ଓ ଥଇଥାନ ନୀତି କୁ ସମର୍ଥନ କରିଥିଲେ ଏବଂ କିଛି ପ୍ରସ୍ତାବ ମଧ୍ୟ ଉପସ୍ଥାପନ କରିଥିଲେ l ସୁନ୍ଦରଗଡ଼ ଉପଜିଲ୍ଲାପାଳ ତଥା ପ୍ରସାଶକ, ପୁନର୍ବାସ ଓ ଥଇଥାନ ଏହି ସବୁ ପ୍ରସ୍ତାବ ଶୁଣିଲା ପରେ ଏବଂ କିଛି ଲିଖିତ ମତାମତ ଗ୍ରହଣ କରି ଏହାକୁ ଆଗକୁ ବଢ଼ାଇ ଅନୁମୋଦନ କରିବା ପାଇଁ ପ୍ରକାଶ କରିଥିଲେ l ରାଜଗାଙ୍ଗପୁର ରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More