ରାଜଗାଙ୍ଗପୁର(ସଂଘର୍ଷ ମିଡିଆ ) : ଲାଞ୍ଜିବେର୍ଣ୍ଣl ଚୁନପଥର ଖଣିର ସମ୍ପ୍ରସାରଣ ସକାଶେ ଜମି ଅଧିଗ୍ରହଣ ପର୍ଯ୍ୟାୟ କାର୍ଯ୍ୟକ୍ରମ ଜାରି ରହି ଅଛି l ଉକ୍ତ ଦ୍ୱିତୀୟ ପର୍ଯ୍ୟାୟ ଜମି ଅଧିଗ୍ରହଣ ସମୟରେ କୁଞ୍ଚୁପଡା (କେଶ୍ରlମାଲ ପଂଚାୟତ) ର ବିସ୍ଥାପିତ ପରିବାରବର୍ଗଙ୍କୁ ଦୃଷ୍ଟି ରେ ରଖି ସୁନ୍ଦରଗଡ଼ ଉପଜିଲ୍ଲାପାଳ ତଥା ପ୍ରସାଶକ ପୁନର୍ବାସ ଓ ଥଇଥାନ ମେ 17 ତାରିଖ ପତ୍ର memo no – 402 ମାଧ୍ୟମରେ ପୁନର୍ବାସ ଏବଂ ଥଇଥାନ ଯୋଜନା ପଂଚାୟତ ଗୁଡ଼ିକୁ ପଠାଇଥିଲେ l ଏହି ସ୍କିମ ରେ ଓଡିଶା ପୁନର୍ବାସ ଓ ଥଇଥାନ ନୀତି 2006, RFCTLARR Act – 2013 ଏବଂ ସୁନ୍ଦରଗଡ଼ ଜିଲ୍ଲାର ବର୍ତମାନ ସୁଦ୍ଧା ହୋଇଥିବା ବିସ୍ଥାପିତ ପୁନର୍ବାସ ଓ ଥଇଥାନ ନୀତି କୁ ଅନୁସରଣ କରାଯାଇଛି l ସୁନ୍ଦରଗଡ଼ ଉପଜିଲ୍ଲାପାଳ ତଥା ପ୍ରସାଶକ, ପୁନର୍ବାସ ଓ ଥଇଥାନ ଶ୍ରୀ ଅଭିମନ୍ୟୁ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଜନଶୁଣାଣୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁନ୍ଦରଗଡ ସୁରେନ୍ଦ୍ର ମାଝୀ, ରାଜଗାଙ୍ଗପୁର ତହସିଲଦାର ଓ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପିୟୁଷ ଲୋହାର, କୁତ୍ରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ରବୀନ୍ଦ୍ର ସେଠି, ରାଜଗାଙ୍ଗପୁର ଥାନା ଅଧିକାରୀ ବିବତ୍ସ ପ୍ରଧାନ, ରାଜଗାଙ୍ଗପୁର ଏସଡିପିଓ ଡ଼.ସଶାଙ୍କ ଶେଖର ବେଉରା ଓ ଜିଲ୍ଲାର ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ l ବିସ୍ଥାପିତ ଲୋକମାନଙ୍କ ଅବଗତି ନିମନ୍ତେ ଛବି ସହିତ ଓଡ଼ିଆ ଭାଷା ରେ ବୁକଲେଟ, ଲିଫଲେଟ ଏବଂ ବ୍ୟାନର ପ୍ରସ୍ତୁତ କରାଯାଇ ଲୋକମାନଙ୍କ ମଧ୍ୟରେ ବିତରଣ କରାଯାଇଛି l ବିସ୍ଥାପିତ ପରିବାର ଏହି ଜମି ଅଧିଗ୍ରହଣ ପାଇଁ ପୁନର୍ବାସ ଓ ଥଇଥାନ ନୀତି କୁ ସମର୍ଥନ କରିଥିଲେ ଏବଂ କିଛି ପ୍ରସ୍ତାବ ମଧ୍ୟ ଉପସ୍ଥାପନ କରିଥିଲେ l ସୁନ୍ଦରଗଡ଼ ଉପଜିଲ୍ଲାପାଳ ତଥା ପ୍ରସାଶକ, ପୁନର୍ବାସ ଓ ଥଇଥାନ ଏହି ସବୁ ପ୍ରସ୍ତାବ ଶୁଣିଲା ପରେ ଏବଂ କିଛି ଲିଖିତ ମତାମତ ଗ୍ରହଣ କରି ଏହାକୁ ଆଗକୁ ବଢ଼ାଇ ଅନୁମୋଦନ କରିବା ପାଇଁ ପ୍ରକାଶ କରିଥିଲେ l