ସୁନ୍ଦରଗଡ(ସଂଘର୍ଷ ମିଡିଆ ) : ସୁନ୍ଦରଗଡ଼ ଜ଼ିଲ୍ଲା ଅନ୍ତର୍ଗତ ଝଗରପୁର ସ୍ଥିତ ଡାଲମିଆ ଶିଳ୍ପ ତାଲିମ କେନ୍ଦ୍ର (ଡିଆଇଟିଆଇ) ର ୨୫ ତମ ବାର୍ଷିକ ଉତ୍ସବ ଡାଲମିଆ ସିମେଣ୍ଟ ଅଡିଟୋରିୟମ ପାଳିତ ହୋଇଯାଇଛି l ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ବରିଷ୍ଠ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ର ଜାତୀୟ ଉତ୍ପାଦନ ମୁଖ୍ୟ ଗଣେଶ ଜିରକୁଣ୍ଠୱାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳିତ କରି ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଆରମ୍ଭରେ କାରଖାନାର ଡେପୁଟି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସରୋଜ କୁମାର ରାଉତ ଅତିଥିମାନଙ୍କୁ ପରିଚିତ କରାଇ ସ୍ୱାଗତ ସଂଭାଷଣ ପ୍ରଦାନ କରିଥିଲେ l ଅଧକ୍ଷ ଦେବବ୍ରତ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିବା ସହ ଅନୁଷ୍ଠାନର ସଫଳତା ଉପରେ ରେଖାପାତ କରିଥିଲେ lଏହି ଉତ୍ସବ ଆୟୋଜନକୁ ପ୍ରଶଂସା କରି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ, “ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ପାଳନ କରିବାର ସଫଳତା ଅର୍ଜନ କରିଥିବା ଡିଆଇଟିଆଇ ପରିଚାଳନା ମଣ୍ଡଳୀଙ୍କୁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ମଜଭୁତ ଏବଂ ଉତ୍ସାହୀ ମାନସିକତା ମଧ୍ୟରେ ଚମତ୍କାର ପ୍ରଦର୍ଶନ ସହିତ ଏହି ଉତ୍ସବରେ ଯୋଗଦେବା ଅତ୍ୟନ୍ତ ଆନନ୍ଦର ବିଷୟ । ସମସ୍ତ ବିଜେତାଙ୍କୁ ସେମାନଙ୍କ ସଫଳତା ପାଇଁ ମୁଁ ଅଭିନନ୍ଦନ ଜଣାଉଛି ଏବଂ ମୁଁ ଆଶା କରୁଛି ଯେ ଡିଆଇଟିଆଇ ଆମ ରାଜ୍ୟ ଏବଂ ରାଜ୍ୟବାସୀଙ୍କ ପାଇଁ ଆଗାମୀ ବର୍ଷଗୁଡିକରେ ନିରନ୍ତର ମୂଲ୍ୟ ଯୋଗ କରିଚାଲିବ ।”ପରିଚାଳନା ମଣ୍ଡଳୀଙ୍କୁ ଅଭିନନ୍ଦନ ଜଣାଇ ବରିଷ୍ଠ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ର ଜାତୀୟ ଉତ୍ପାଦନ ମୁଖ୍ୟ ଗଣେଶ ଜିରକୁଣ୍ଠୱାର କହିଥିଲେ, “ଡିଆଇଟିଆଇର ୨୫ତମ ବାର୍ଷିକୀ ଅବସରରେ ମୁଁ ପରିଚାଳନା ମଣ୍ଡଳୀ ଏବଂ କର୍ମଚାରୀଙ୍କୁ ଅତି କୁଶଳୀ ଟେକ୍ନୋକ୍ରାଟ ସୃଷ୍ଟି କରିବା ଏବଂ ରାଜଗାଙ୍ଗପୁର ଆଖ ପାଖ ଅଞ୍ଚଳରେ ବେକାର ଯୁବଗୋଷ୍ଠୀଙ୍କ ପାଇଁ ବୈଷୟିକ କୁଶଳତାର ବିକାଶ ଘଟାଇବା ଅଭିଯାନକୁ ଆଗେଇନେବା କ୍ଷେତ୍ରରେ ଅତ୍ୟନ୍ତ ଅନୁଗତ ସମର୍ଥକ ରହିଥିବାନେଇ ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ବିଗତ ବର୍ଷଗୁଡିକରେ ଡିଆଇଟିଆଇ ଅନେକ ସ୍ଥାନୀୟ ସ୍ନାତକଧାରୀଙ୍କୁ ଉଭୟ ସରକାରୀ ଓ ଘରୋଇ ଶିଳ୍ପରେ ନିଯୁକ୍ତି ସୁଯୋଗ ଦେବାରେ ସହାୟତା କରିଆସୁଛି । ସମ୍ପ୍ରତି ଆମେ ଅଭିବୃଦ୍ଧି ଓ ସମୃଦ୍ଧିର ୨୬ତମ ବର୍ଷରେ ପ୍ରବେଶ କରୁଥିବାବେଳେ ଏହି ପରିବ୍ୟବସ୍ଥାର ସଫଳତା ନିମନ୍ତେ ଆମେ ଅଧିକ ସୁଦୃଢ ଆଭିମୁଖ୍ୟ ରଖୁଛୁ ।”ଏହି କାର୍ଯ୍ୟକ୍ରମରେ ଡିଆଇଟିଆଇର ବାର୍ଷିକ ପତ୍ରିକା “ଶିଳ୍ପୀ” ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା | ଏହି ଅବସରରେ ଅନୁଷ୍ଠାନକୁ ସର୍ବୋତ୍ତମ ସେବା ପ୍ରଦାନ କରିଥିବାରୁ ଚାରିଜଣ କର୍ମଚାରୀ, ଶ୍ରୀ ଜୟନ୍ତ କୁମାର ନାୟକଙ୍କୁ ସ୍ୱର୍ଣ୍ଣ ପଦକ ଓ ଶ୍ରୀ ବିଗ୍ନେଶ୍ୱର ଲେଙ୍କା, ଶ୍ରୀ ସାନ୍ତୋଶ କୁମାର ସାହୁ ଏବଂ ଶ୍ରୀ ଶ୍ରୀନିବାସ ସାହୁଙ୍କୁ ରୌପ୍ୟ ପଦକ ଦେଇ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ଡିଆଇଟିଆଇ ର ଛାତ୍ରମାନେ ଏକ ରୋମାଞ୍ଚକ ନୃତ୍ୟ ପ୍ରଦର୍ଶନ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ | ଅନୁଷ୍ଠାନର ସମସ୍ତ ଶିକ୍ଷକ ଏବଂ ଛାତ୍ର ଛାତ୍ରୀ, କମ୍ପାନୀର ଜନ ସମ୍ପର୍କ ବିଭାଗ,ଆଡମିନ, ଜ଼ିଲ୍ଲାପାଳଶ୍ରୀ ନିଖିଳ ପୱନ କଲ୍ୟାଣ, ଏସ ପି ଶ୍ରୀମତୀ ସାଗରୀକା ନାଥ ଉପସ୍ଥିତ ଥିଲେ l୨୦୧୪ରୁ ୨୦୨୦ ମଧ୍ୟରେ ଏହି ପ୍ରତିଷ୍ଠାନ ୧୬୫୧ ଜଣ ଛାତ୍ରଛାତ୍ରୀଙ୍କୁ ତାଲିମ ଦେଇସାରିଛି, ଯେଉଁମାନଙ୍କ ମଧ୍ୟରୁ ୧୦୧୮ ଜଣ ସମ୍ପ୍ରତି ଡିସିବିଏଲ୍ ସିମେଣ୍ଟ (ରାଜଗାଙ୍ଗପୁର), ଡିସିବିଏଲ ରିଫ୍ରାକ୍ଟରି (ରାଜଗାଙ୍ଗପୁର), ଏଲଆଣ୍ଡଟି (କଟକ) ଏବଂ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ନିଯୁକ୍ତି ପାଇସାରିଛନ୍ତି । ମୋଟ ଉପରେ ୮୩ ଜଣ ଛାତ୍ରଛାତ୍ରୀ ଡିସିବିଏଲ୍ର ସିଏସ୍ଆର ପ୍ରାୟୋଜକତା ସହାୟତାରେ ୨୦୧୪ରୁ ୨୦୨୧ ମଧ୍ୟରେ ତାଲିମ ନେଇସାରିଛନ୍ତି । ରାଜଗାଙ୍ଗପୁର ରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।