ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୁବ ଦିବସ – ୨୦୨୩ ପାଳିତ

13

Get real time updates directly on you device, subscribe now.

ନବରଙ୍ଗପୁର (ସମଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି।ଏହି ଉତ୍ସବ ଟି ଭୈରବ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ତରଫରୁ ପାଳିତ ହୋଇଯାଇଛି।ଏଥିରେ ଏହି କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମୁଖ୍ୟ ଶ୍ରୀ ମହେନ୍ଦ୍ର ଦେବରପଲ୍ଲୀ ପରିଚାଳନା କରିଥିଲେ।ଏହି ସଭାରେ ମୁଖ୍ୟ ଅତିଥି ଭୈରବ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଶଙ୍କର ପ୍ରସାଦ ଗନ୍ତାୟତ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଶ୍ରୀ ଦେବରପଲ୍ଲୀ କହିଲେ ମେରା ମାଟି ମେରା ଦେଶ – ୨୦୨୩ ଯାହା ଯୁବ ବର୍ଗକୁ ଏକ ବାର୍ତ୍ତା ଯାହା ଦେଶକୁ ସୁରକ୍ଷା ସହ ଦେଶ ର ବିକାଶ ରେ ସାମିଲ ରହିବା ଦରକାର lଏଥି ସହିତ ଯୁବ ସମାଜ ଦେଶ ପାଇଁ ଏକ କବଚ ସଦୃଶ୍ୟ ସେମାନଙ୍କ ଦ୍ବାରା ଦେଶ ସୁରକ୍ଷା ଓ ଏକ ଶ୍ରେଷ୍ଠ ଦେଶ ର ସୃଷ୍ଟି ବୋଲି ନିଜ ବକ୍ତବ୍ୟରେ କହିଲେ।ଅଧ୍ୟକ୍ଷ ଶ୍ରୀ ଗନ୍ତାୟତ କହିଲେ ଦେଶ ଯେବେ ସୁରକ୍ଷା ରେ ସୁଦୃଢ ରହିଛି ସେତିକି ବେଳେ ଦେଶର ସୁରକ୍ଷା ଓ ସେନା ବାହିନୀ କଥା ମନେ ପଡେ କାରଗିଲ ଯୁଦ୍ଧ ଠାରୁ ଆରମ୍ଭ କରି ଦେଶ ସ୍ଵାଧୀନତା ପର୍ଯ୍ୟନ୍ତ ଗୋଟିଏ ବାର୍ତ୍ତା ଦିଏ ଯାହା ବୀର ସୈନିକ ମାନଙ୍କ କଥା ମନେ ପଡିଲେ ସେହି ଶବ୍ଦଟିଏ ମନେପଡେ କର ବା ମର ଆଜି ବି ସେହି ବୀର ସୈନିକ ମାନେ ଅମର ବୋଲି ଅଧ୍ୟକ୍ଷ ନିଜ ବକ୍ତବ୍ୟ ରେ କହିଲେ।ଏହି କାର୍ଯ୍ୟକ୍ରମରେ ପ୍ରଥମେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ୧୯ ଜଣ ସଦସ୍ୟ କୁ ନେଇ ଏକ ସଚେତନତା ବାର୍ତ୍ତା ସହିତ ସ୍ଲୋଗାନ ଦେଇଥିଲେ l ଏହାପରେ ମହାବିଦ୍ୟାଳୟ ର ୨୦୦ ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ସାଧାରଣ ସଭା ର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଉକ୍ତ ମହାବିଦ୍ୟାଳୟ ଅର୍ଥନୀତି ବିଭାଗୀୟ ମୁଖ୍ୟ ଶ୍ରୀମତୀ ଉର୍ମିଳା ବ୍ରହ୍ମା,ଇତିହାସ ବିଭାଗୀୟ ମୁଖ୍ୟ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ,ଓଡ଼ିଆ ବିଭାଗୀୟ ମୁଖ୍ୟ ଶ୍ରୀମତୀ ଚନ୍ଦନା ପଣ୍ଡା,ରାଜନୀତି ବିଜ୍ଞାନ ବିଭାଗୀୟ ଅଧ୍ୟାପକ ଶ୍ରୀ ମେକ୍ସ୍ ନାୟକ,ଇତିହାସ ବିଭାଗୀୟ ଅଧ୍ୟାପକ ଶ୍ରୀ ଦୟାରାମ ମନୋହର ଓ ଓଡ଼ିଆ ବିଭାଗୀୟ ଅଧ୍ୟାପିକା ଶ୍ରୀମତୀ ମନିଶା ସରକାର ଯୋଗ ଦେଇଥିଲେ।ଏହି ସଭା ରେ ଛାତ୍ର ଛାତ୍ରୀ ମଧ୍ୟ କିଛି ବକ୍ତବ୍ୟ ଦେଇଥିଲେ।ଏହା ପରେ ଓଡ଼ିଆ ବିଭାଗୀୟ ଅଧ୍ୟାପିକା ଶ୍ରୀମତୀ ମନିସା ସରକାର ଧନ୍ୟବାଦ୍ ଅର୍ପଣ କରିଥିଲେ।ଶେଷ ରେ ଛାତ୍ର ଛାତ୍ରୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More