ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ତରଫରୁ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ମିଶନ ଲାଇଫ କାର୍ଯ୍ୟକ୍ରମ ପାଳିତ

12

Get real time updates directly on you device, subscribe now.

ନବରଙ୍ଗପୁର/ଡାବୁଗାଁ (ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ତରଫରୁ ଲାଇଫ ଷ୍ଟାଇଲ ଫର୍ ଏନଭରମେଣ୍ଟ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ବିଭାଗୀୟ ପରିଚାଳନା ଦାୟିତ୍ୱରେ ଥିବା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଏନଓ ତଥା ମୁଖ୍ୟ ଶ୍ରୀ ମହେନ୍ଦ୍ର ଦେବରର୍ପଲ୍ଲି କାର୍ଯ୍ୟକ୍ରମର କୁ ପରିଚାଳନା କରିଥିଲେ।ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଶଙ୍କର ପ୍ରସାଦ ଗନ୍ତାୟତ କାର୍ଯ୍ୟକ୍ରମ ପରିଚାଳନା ଅଧ୍ୟକ୍ଷତାରେ ନିଜର ବକ୍ତବ୍ୟରେ କହିଲେ ଦାୟୀତ୍ଵ ବାନ ଜୀବନ ସହ ସୁସ୍ଥ ପରିବେଶ ଆମ ଲକ୍ଷ୍ୟ ରହିବା ଦରକାର l ଏଥି ସହିତ ପରିବେଶକୁ ଗୁରୁତ୍ଵ ଦେଇ ସବୁଜ ଓ ନିର୍ମଳ ପରିବେଶ ଗଠନର ଲକ୍ଷ୍ୟ ରହିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମ ଟି ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ୯ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଜାରି ରହିବା ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି।ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ସଂଯୋଜକ ଶ୍ରୀ ଦେବରପଲ୍ଲି କାର୍ଯ୍ୟକ୍ରମ ଆରମ୍ଭରେ ପରିବେଶ ସୁରକ୍ଷା ସହ ଜୀବନକୁ ଗୁରୁତ୍ଵ ଦେବା ଦରକାର lତେଣୁ ପରିବେଶ ସହ ଆମ ଜୀବନରେ ସବୁବେଳେ ବଞ୍ଚିବା ପାଇଁ ପ୍ରକୃତି କୁ ସୁରକ୍ଷା ଦେବା ପ୍ରଥମ କର୍ତ୍ତବ୍ୟ ରହିବା ଦରକାର ବୋଲି ନିଜ ବକ୍ତବ୍ୟରେ କହି ଥିଲେ ।ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସ୍ଲୋଗାନ ଦେଇଥିଲେ, ପରିବେଶକୁ ସୁରକ୍ଷା ଦେବା, ଏଥି ସହିତ ସେମାନଙ୍କ ସାଙ୍ଗ ସାଥି ମାନଙ୍କୁ ପରିବେଶର ଦାୟୀତ୍ଵ ଉପରେ ସଚେତନତା କରିବା ପାଇଁ ଶପଥ ପାଠ ଗ୍ରହଣ କରିଥିଲେ।ଏହି ସଚେତନତା କାର୍ଯ୍ୟକ୍ରମରେ ବୃକ୍ଷରୋପଣ,ଜଙ୍ଗଲ ସୁରକ୍ଷା,ଜଳ ସୁରକ୍ଷା,ପରିବେଶ ସଫା ସୁତୁରା ରଖିବା ଓ ପ୍ଲାଷ୍ଟିକ ଦ୍ରବ୍ୟର ସଂଗ୍ରହ କରି ପ୍ଲାଷ୍ଟିକ ମୁକ୍ତ ଓ ପଲିଥିନ ମୁକ୍ତ ସହ ସୁସ୍ଥ ପରିବେଶ ଉପରେ ଆଲୋଚନା ହୋଇଥିଲା।ଏହି ସମୟରେ ସଂଯୋଜକ ଶ୍ରୀ ଦେବରପଲ୍ଲି ଙ୍କ ଦ୍ଵାରା ଜଳାଶୟ ସଫା ସୁତୁରା ସହ ସାଇକେଲ ରାଲିର କାର୍ଯ୍ୟକ୍ରମ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦଳର ଛାତ୍ର ଛାତ୍ରୀ ଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି, ଯଥା ଚିତ୍ର ଅଙ୍କନ ,କବିତା ପାଠ,କୁଇଜ୍,ରଚନା ଲିଖନ ଓ ବକ୍ତୃତା ଆଦି ବିଭିନ୍ନ ଉତ୍ସାହିତ ମୂଳକ କାର୍ଯ୍ୟକ୍ରମ କରାଯାଉଛି।ଏହି କାର୍ଯ୍ୟକ୍ରମ ରେ ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ ଜୁନ ୫ ତାରିଖ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ସମ୍ମାନିତ କରାଯିବ।ଏହି କାର୍ଯ୍ୟକ୍ରମରେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଇତିହାସ ଅଧ୍ୟାପକ ଶ୍ରୀ ଦୟାରାମ ମନୋହର,ଅର୍ଥନୀତି ଅଧ୍ୟାପକ ସନ୍ୟାସୀ ସାହୁ ଓ ଓଡ଼ିଆ ଅଧ୍ୟାପିକା ମନିଷା ସରକାର ଓ ଲାଇବ୍ରେରି ବିଭାଗୀୟ ଶ୍ରୀ ପଞ୍ଚାନନ ପୂଜାରୀ, ଆଦି ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ଙ୍କ ଦ୍ଵାରା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ସହ ଡାବୁଗାଁ ବ୍ଳକ ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More