ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପରୀକ୍ଷାରେ ସଫଳତା

12

Get real time updates directly on you device, subscribe now.

ନବରଙ୍ଗପୁର /ଡାବୁଗାଁ(ସଂଘର୍ଷ ମିଡିଆ) : – ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଜ୍ଞାନ ଓ ବାଣିଜ୍ୟର ଫଳ ପ୍ରକାଶିତ ହୋଇଛି।ବିଭାଗୀୟ ଅଧ୍ୟକ୍ଷ ତଥା ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସୂଚନା ପ୍ରକାରେ ଯୁକ୍ତ ଦୁଇ ବାଣିଜ୍ୟରେ ୨୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ lସେଥି ମଧ୍ୟରୁ ୨୧ ଜଣ ପାସ କରିଛନ୍ତି।ଏଥିରେ ପ୍ରଥମ ଶ୍ରେଣୀରେ ଜଣେ ଛାତ୍ର, ଦ୍ବିତୀୟ ଶ୍ରେଣୀରେ ୩ ଜଣ ଓ ତୃତୀୟ ସ୍ଥାନରେ ୧୭ ଜଣ ଛାତ୍ର ଛାତ୍ରୀ ପାସ କରିଥିବା ଜଣାପଡିଛି।ସେଥି ମଧ୍ୟରୁ ବାଣିଜ୍ୟରେ ଜଣେ ଛାତ୍ର ସୁକଚାନ୍ଦ ଗଣ୍ଡ ୩୬୦ ନମ୍ୱର ରଖି ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି।ମୋଟ ୮୯ ପ୍ରତିଶତ ଛାତ୍ର ଛାତ୍ରୀ ପାସ କରିଛନ୍ତି।ସେହିପରି ବିଜ୍ଞାନରେ ୨୪ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ l ସେଥି ମଧ୍ୟରୁ ୧୬ ଜଣ ଛାତ୍ର ଛାତ୍ରୀ ପାସ କରିଛନ୍ତି।ବିଜ୍ଞାନରେ ଦ୍ବିତୀୟ ଶ୍ରେଣୀରେ ୩ ଜଣ ପାସ କରିଥିବା ବେଳେ ଅବଶିଷ୍ଟ ୧୩ ଜଣ ଛାତ୍ର ଛାତ୍ରୀ ତୃତୀୟ ସ୍ଥାନରେ ପାସ କରିଛନ୍ତି।ମୋଟ ୬୮ ପ୍ରତିଶତ ଛାତ୍ର ଛାତ୍ରୀ ପାସ କରିଛନ୍ତି।ପ୍ରକାଶ ଥାଉକି କରୋନା ମହାମାରୀ ପରେ ପିଲା ମାନେ ସମ୍ପୂର୍ଣ ସିଲାବସ୍ ରେ ପରୀକ୍ଷା ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଡାବୁଗାଁ ପ୍ରତିନିଧି ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More