ଡାବୁଗାଁ ବ୍ଲକ ପରିମଳ ମିଶନ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

14

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧିନ ଘୋଡାଖୁଣ୍ଟା ପଞ୍ଚାୟତ ସଦର ମହକୁମା ଠାରେ ଡାବୁଗାଁ ବ୍ଲକ ପରିମଳ ମିଶନ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ଘୋଡାଖୁଣ୍ଟା ବିଦ୍ୟାଳୟ ପରିସରକୁ ସଫା କରାଯାଇଥିଲା | ପରେ ଘୋଡାଖୁଣ୍ଟା ପଞ୍ଚାୟତ ପରିସର ଓ ଘୋଡାଖୁଣ୍ଟା ର ମୁଖ୍ୟ ରାସ୍ତା କଡ ଡ୍ରେନ ସଫା କରାଯାଇଥିଲା । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ପ୍ଲାଷ୍ଟିକ ବ୍ୟବହାର ରୋକିବା, ପାଇଖାନା ବ୍ୟବହାର କରିବା ନିଜ ସହ ନିଜ ପରିବେଶକୁ ସ୍ୱଚ୍ଛତା ରଖିବା ନେଇ ଏକ ରାଲି କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ବ୍ଲକ ଜିଲା ପରିଷଦ ସଭ୍ଯ ଜୋନ-୧ ଧନସିଂ ଭତ୍ରା, ରିସର୍ଚ୍ଚ କୋଡ଼ିନେଟର ମାନସ ମୁଖାର୍ଜୀ, ଘୋଡାଖୁଣ୍ଟା ସରପଞ୍ଚ ଲୀଳା ଦେଇ ମାଝି, ଘୋଡାଖୁଣ୍ଟା ପଞ୍ଚାୟତ ନିର୍ବାହୀ ଅଧିକାରୀ ପରଶୁରାମ ମାଳୀ, ସିଡିପିଓ ଗୀତାଞ୍ଜଳି ମହାରଣା, ଘୋଡାଖୁଣ୍ଟା ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଶିକ୍ଷକ , ମାଷ୍ଟର ଟ୍ରେନର ଧନିରାମ ହରିଜନ, ଅଙ୍ଗନୱାଡି କର୍ମୀ ଓ ଗ୍ରାମବାସୀ ମାନେ ଉପସ୍ଥିତଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More