ଡାବୁଗାଁ ବ୍ଲକ ଡଙ୍ଗରିଗୁଡା ପଞ୍ଚାୟତର ଯୁବକ ଜିଲ୍ଲାପାଳଙ୍କ ଦ୍ଵାରା’ସାହସିକତା ସମ୍ମାନ’ରେ ସମ୍ମାନୀତ

23

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : -ନବରଙ୍ଗପୁର ଜିଲ୍ଲା ୭୬ ତମ ସ୍ଵାଧିନତା ଦିବସ ପାଳନ ଅବସରରେ ଡାବୁଗାଁ ବ୍ଲକ ଡଙ୍ଗରିଗୁଡା ପଞ୍ଚାୟତର ଯୁବକ ସୁବାସ ଚନ୍ଦ୍ର କୁମ୍ଭାର ନବରଙ୍ଗପୁର ଜିଲ୍ଲାପାଳ ଡ କମଳ ଲୋଚନ ମିଶ୍ର ଙ୍କ ଠାରୁ ‘ସାହସିକତା ସମ୍ମାନ’ ପ୍ରମାଣ ପତ୍ର ପାଇ ଡାବୁଗାଁ ବ୍ଲକ କୁ ତଥା ନିଜ ପଞ୍ଚାୟତକୁ ଗର୍ବିତ କରିଛନ୍ତି।ଉକ୍ତ ପ୍ରମାଣ ପତ୍ରରେ ଜିଲ୍ଲାପାଳ , ସୁଚନା ଲୋକ ସମ୍ପର୍କ ଅଧିକରୀ ହଳଧର ନିହାଲଙ୍କ ଦସ୍ତଖତ ରହି ଥିବା ଦେଖାଯାଇଛି। ଉକ୍ତ ଜୁବକ ଡଙ୍ଗରିଗୁଡା ଗ୍ରାମର ୧୬ ବର୍ଷର ନା ବାଳିକା ଅନିତା ଗଉଡ ଘରୋଇ କଳିକୁ କେନ୍ଦ୍ର କରି ଏକ ବିରାଟ ଆମ୍ବ ଗଛରେ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିବା ଦେଖି ନାବାଳିକାର ଜୀବନ ବଞ୍ଚାଇବା ପାଇଁ ନିଜର ଉପସ୍ତିତ ବୁଦ୍ଧି ଓ ସାହସିକତାର ପରିଚୟ ଦେଖାଇ ଉଚ୍ଚ ଆମ୍ବ ଗଛରେ ଚଢି ନାବାଳିକାକୁ ଫାସି ଅବସ୍ଥାରେ ବହୁ ସମୟ ଟେକି ଧରି ଜୀବନ ବଞ୍ଚାଇଥିଲେ।ଡାବୁଗାଁ ଅଗ୍ନିଶମ ବିଭାଗ କର୍ମଚାରୀ ସେହି ବିରାଟ ଆମ୍ବ ଗଛ ପାଖରେ ପହଞ୍ଚି ଦୁଇ ଜଣଙ୍କୁ ସୁରକ୍ଷିତ ଅବସ୍ଥାରେ ତଳକୁ ଓଲ୍ହାଇ,ନାବାଳିକାକୁ ଡାବୁଗାଁ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇ ସ୍ଵାସ୍ଥ୍ୟ ପରିକ୍ଷା କରାଇ ବଞ୍ଚାଇ ଥିଲେ।ଏହି ଯୁବକ ଠିକ୍ ସମୟରେ ଗଛ ଉପରେ ଚଢି ନାବାଳିକାକୁ ଟେକି ଧରି ନଥିଲେ ଅକାଳ ମ୍ରୁତ୍ୟୁର ଶିକାର ହୋଇ ଥାଆନ୍ତେ।ଏଣୁ ଏପରି ସାହାସିକତା ଯୁବକ ହେବା ପାଇଁ ଯୁବପିଢିଙ୍କ ମନରେ ଉଦାହରଣ ପାଲଟିଛନ୍ତି।ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ୍ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More