ନବରଙ୍ଗପୁର(ସଂଘର୍ଷ ମିଡିଆ) : — ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କାର୍ଜ୍ୟାଳୟ ପରିସରରେ ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇକେଲ ଓ ହୁଇଲ ଚେୟାର ପ୍ରଦାନ କାର୍ଜ୍ୟ କ୍ରମ ଅନୁଷ୍ଟିତ ହୋଇଜୈଛି। ଏହି ଅବସରରେ ଆୟୋଜିତ କାର୍ଜ୍ୟକ୍ରମରେ ମୁଖ୍ୟ ଅତିଥି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ,ସମ୍ମାନିତ ଅତିଥି ସାନ୍ସଦ ପ୍ରତିନିଧି ଏମ୍ ଆପ୍ପା ରାଓ,ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ,ପଞ୍ଚାୟତ ସମିତି ଅଧକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ,ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର,ଡାବୁଗାଁ ପୁର୍ବତନ ସରପଞ୍ଚ ଜି ପ୍ରକାଶ ରାଓ, ଡଙ୍ଗରିଗୁଡା ସରପଞ୍ଚ ରାମ କୁମାର ଗଣ୍ଡ,ଜୁନାପାଣି ସରପଞ୍ଚ୍ ଦୟା ମାଝି,ଆର୍ ପ୍ରକଶ ରାଓ,ପି ନାଗା ରାଓ, ଟି ଜୁଗୁନ୍ ବାବୁ, ଜି ମୁରଲି ରାଓ ପ୍ରମୁଖ ଉପସ୍ଥିତ ରହି ଥିବା ବେଳେ ବ୍ଲକ ବିଡିଓ ଶରତ ମାଝି,ଏବିଡିଓ ପଦ୍ମନାଭ ତ୍ରିପାଠି,ସାମାଜିକ ସୁରକ୍ଷା ଅଧିକାରୀ ଅତନୁ ଦେହୁରୀ ପ୍ରମୁଖ ଙ୍କ ସହଜୋଗରେ ମୁଖ୍ୟ ଅତିଥି ସମ୍ମାନୀତ ଅତିଥି ମାନେ ଭିନ୍ନକ୍ଷମ ମାନଙ୍କ ମଧ୍ୟରୁ ୬ଜଣକୁ ଟ୍ରାଇ ସାଇକେଲ୍ ଓ ୩ଟି ହୁଇଲ୍ ଚେୟାର୍ ପ୍ରଦାନ କରିଥିଲେ।ଭିନ୍ନକ୍ଷମ ମାନଙ୍କ ମଧ୍ୟରୁ ଏକ ଭିନ୍ନକ୍ଷମ ବାଳକ ମହେନ୍ଦ୍ର ଗଉଡ ଚଳିତ ବର୍ଷ୍ ମେଟ୍ରିକ ପରିକ୍ଷାରେ ୪୮୫ ମାର୍କ ରଖି ଉତ୍ତିର୍ଣ ହୋଇ ଥିବାରୁ ବିଜେଡି ନେତା ଆର ପ୍ରକାଶ ରାଓ ଖୁସି ହୋଇ ସେହି ବାଳକକୁ ୫୦୦ ଟଙ୍କା ପ୍ରଦାନ କରି ସନ୍ତୋଷ ଲାଭ କରି ଥିଲେ।ଏଠାରୁ ବିଧାୟକ ରାବଣାଗୁଡା ସହ ବିଭିନ୍ନ ଅଞ୍ଚଳ ଗସ୍ତରେ ଜାଇ ରେନ୍ କୋର୍ଟ,ଛତା,ସୁଖିଲା ଖାଦ୍ୟ,ଶାଢୀ,ଚା ପ୍ରଦାନ କରିଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।