ନବରଙ୍ଗପୁର (ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରେ ନୂତନ ବିଡିଓ ଭାବେ ଶରତ ମାଝୀ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏଥି ପୂର୍ବରୁ ଶ୍ରୀ ମାଝା କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକର ତହସିଲ୍ କାର୍ଯ୍ୟାଳୟ ରେ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ । ଏଠାରେ ଥିବା ବିଡ଼ିଓ ରଞ୍ଜିତା ମେରି ନାୟକଙ୍କୁ ସେମିଳିଗୁଡ଼ା ବ୍ଲକ କୁ ବଦଳି ହୋଇଛି । ଚଳିତ ମାସ ୧୭ ତାରିଖରେ ଡାବୁଗାଁ ବିଡିଓ ରଞ୍ଜିତା ମେରି ନାୟକଙ୍କୁ ସେମିଳିଗୁଡ଼ା ବ୍ଲକ ବଦଳି ହେବା ପରେ କୋଷାଗୁମୁଡ଼ା ବ୍ଲକ ଏବିଡିଓ ବିଶ୍ୱନାଥ ରାଉତଙ୍କୁ ଡାବୁଗାଁ ବିଡିଓ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା । କିନ୍ତୁ ଆଜି ନୂତନ ବିଡିଓ ଶରତ ମାଝୀ ଡାବୁଗାଁ ବ୍ଲକ କାର୍ଯ୍ୟାଳୟରେ ଯୋଗଦାନ ସମୟରେ ସହକାରୀ ଯନ୍ତ୍ରୀ ବିଜୟ କୁମାର ସିଂ ସହ ଅନ୍ୟ ବ୍ଲକ କର୍ମଚାରୀ ମାନେ ଫୁଲତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।ଏତଦ ବ୍ୟତୀତ ଡାବୁଗାଁ ପ୍ରେସ୍ର କ୍ଳବ ର ସଭାପତି ପ୍ରଜ୍ଞା ରଞ୍ଜନ ପରିଡା,ଉପ ସଭାପତି ଗଗନ ଗନ୍ତାୟତ୍,ସମ୍ପାଦକ ମିହିର ଶଙ୍କର ପାତ୍ର, କୋଷାଧ୍ୟକ୍ଷ ସୁଶାନ୍ତ କୁମାରପଣ୍ଡା,ବରିଷ୍ଠ ସାମ୍ବାଦିକ ରବି ନାରାୟଣ ମହାନ୍ତି,ଜି.ବିନୋଦ କୁମାର,ଗଣେଶ ଛତ୍ର,ସନ୍ ସାଇ ଭତ୍ରା ଓ କୃଷ୍ଣ ଭତ୍ରା ପ୍ରମୁଖ ଉପସ୍ଥିତ ରହି ନୂତନ ଦାୟିତ୍ୱ ନେଇଥିବା ବି ଡ଼ି ଓ ଙ୍କୁ ପୁଷ୍ପ ଗୁଛ୍ହ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ।