ଡାବୁଗାଁ ବାଳିକା ଉଚ୍ଚ ବିଦ୍ୟାଳୟରେ “ଓଡିଶା ଦିବସ” ପାଳିତ

52

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସୋମବାର “ଓଡିଶା ଦିବସ” ପାଳିତ ହୋଇଯାଇଛି | ଏଥିରେ ବିଦ୍ୟାଳୟର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମହାପୁରୁଷ ମାନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସାମୁହିକ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରଯାଇଥିଲା | ପରେ ସଭାରେ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ସଂଯୁକ୍ତା ଦାସ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ସୂତ୍ରଧର ମହାପୁରୁଷ ମାନଙ୍କ ଜୀବନୀ ଓ ଓଡିଶା ପ୍ରଦେଶ ଗଠନ ହେବାରେ ସେମାନଙ୍କ ଭୂମିକା ଉପରେ ଛାତ୍ରୀ ମାନଙ୍କୁ କହିଥିଲେ | ଏଥିରେ ଛାତ୍ରୀ ମାନଙ୍କ ମଧ୍ୟରେ ଭାଷଣ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା | ଏହି ଭାଷଣ ପ୍ରତିଯୋଗୀତାରେ ୧ମ. ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମାନଙ୍କୁ ପୁରସ୍କୃତ କରଯାଇଥିଲା | ଏହି ସଭାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଆରତୀ ବିଷୋୟୀ, ରଶ୍ମିରାଣୀ ପଣ୍ଡା, ରଶ୍ମୀରଞ୍ଜିତା ନାୟକ, କେ. ଦମୟନ୍ତୀ ଦୋରା, ସୁନାମଣି ପୂଜାରୀ, ବିନିତା ଠାକୁର, ସୁପ୍ରିୟା ମହାଙ୍କୁଡ, ମୋନାଲିସା ପରିଡ଼ା, କଳ୍ପନା ଉଥାନସିଂ, ସୁଦେଶ୍ନା ଜତି ଓ ବିଦ୍ୟାଳୟର ସମସ୍ତ ଛାତ୍ରୀ ମାନେ ଉପସ୍ଥିତ ଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ମହେଶ୍ୱର ନାଥ ପରିଚାଳନା କରିଥିଲେ |ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More