ଡାବୁଗାଁ ପୋଲିସକୁ ବଡ଼ ସଫଳତା ,୧୭ ବାଇକ ସହ ୪ ଜଣ ଚୋର ଗିରଫ

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଜବାଗୁଡା ଗ୍ରାମ ପଞ୍ଚାୟତ ସଦର ମହକୁମାରେ ଆାଦିବାସୀ ପାରମ୍ପରିକତା 
ବଜାର ତା ୨୬୵୫୵୨୦୧୩ରେ ଅନୁଷ୍ଟିତ ହୋଇଥିଲା l ଏଥିସହ ଦେଶିଆ ନାଟ୍ୟର ମଧ୍ଯ ଆୟୋଜନ କରାଯାଇଥିବା ବେଳେ ଉକ୍ତ ବଜାର କୁ ବହୁ ଦେଖଣାହାରି ଆସି ଉକ୍ତ ସ୍ଥାନ ବେଶ୍ ଲୋକାରଣ୍ୟ ହୋଇ ଉଠିଥିଲା l ଗହଳି କୁ ଆଖି ଆଗରେ ଚୋର ମଧ୍ୟ ନଜରକୁ ନେଇ ଗହଳି ସ୍ଥାନରେ ଆସି ଚୋରୀ କରିବାର ସୁଯୋଗ ଉଣ୍ଡୁ ଥିଲେ l ଜାବଗୁଡା ଗ୍ରାମର ଚନ୍ଦ୍ର ମିର୍ଗାନ (୨୩) ତାର ନିଜ ମୋଟର ସାଇକେଲ ଗାଡି ନମ୍ବର ଓ ଡି ୨୪ଡି୫୫୭୪କୁ ନିଜ ବାରଣ୍ଡାରେ ୯ ଘଣ୍ଟା ୩୦ ମିନିଟ  ସମୟରେ ରଖି ଗ୍ରାମର ବଜାର ବୁଲି ଯାଇ ଥିଲେ l ସେ ବଜାର ରୁ ବୁଲି ଆସି ସକାଳେ ଦେଖନ୍ତି ତାଙ୍କ ମୋଟର ସାଇକେଲଟି ତାଙ୍କ ବାରଣ୍ଡାରେ ନାହିଁ lଏ ନେଇ ଡାବୁଗାଁ ଥାନା ରେ ଏତଲା ଦେଇଥିଲେ ଓ ଏତଲା ରେଜିଷ୍ଟ୍ରେସନ କରାଯିବା ପରେ ଏତଲାକୁ ଭିତ୍ତି କରି ଡାବୁଗାଁ ପୋଲିସ ସହ ଜିଲ୍ଲା ପୋଲିସ ମିଶି ଏକ ସ୍ଵତନ୍ତ୍ର ଦଳ ଅନୁସନ୍ଧାନ ଜାରି ରଖି ଚୋରୀ ହୋଇଥିବା ବିଭିନ୍ନ ସ୍ଥାନରୁ ବିଭିନ୍ନ ମଡେଲ ର ୧୭  ଟି ମୋଟର ସାଇକେଲ ସହ ୪ଟି ଚୋର ଙ୍କୁ ଗିରଫ କରିବାରେ ବଡ ସଫଳତା ଆଣିପାରିଛନ୍ତି l ଚୋରୀ କରିଥିବା ଚାରି ଜଣ ହେଲେ ଡାବୁଗାଁ ଥାନା ଜୟନ୍ତୀ ନଗର ର ରାମ ଚନ୍ଦ୍ର ଜାନି, ଉମରକୋଟ ଥାନା ଧୋଡ୍ରା ଗ୍ରାମର ବଡ ଭୀମାଗୁଡା ର ଡୁମର ହରିଜନ ଓ ସୁଧୀର ହରିଜନ ଏବଂ ରାଇଘରଥାନା ଜାମଦୋରା ଗ୍ରାମର ଚନ୍ଦନ ହରିଜନଙ୍କୁ ତା୩୧/ ୫/୨୦୧୩ରେ ଗିରଫ୍ କରି ଆଜି କୋର୍ଟ ଚାଲାଣ କରିଛନ୍ତି l ପୁଣି  ଅନୁସନ୍ଧାନ ଜାରୀ ରହିଛି,ଯାହାକି ଆହୁରି ବହୁ ତଥ୍ଯ ପଦାକୁ ବାହାରିବ ବୋଲି ଅନୁମାନ କରାଯାଉଛି l ଏ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ ଡାବୁଗାଁ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ତଥ୍ଯ ପ୍ରକାଶ କରିଥିଲେ l ଉକ୍ତ ସମ୍ମିଳନୀରେ ଡି ଏସ୍ ପି ଚନ୍ଦ୍ର ଶେଖର ହୋତା, ଡାବୁଗାଁ ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ,ଉପ- ନିରୀକ୍ଷକ ବିଜୁ ରାମ  ବାଗ ଓ ଚନ୍ଦନ ସାହୁ, ସହ-ଉପ- ନିରୀକ୍ଷକ ବିଜୟ କୁମାର ସାହୁ, ଶିଶିର କୁମାର ଘୋଷ ଓ ପୁଷ୍ପ ଲତା ସୁନାନୀ ଓ ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ l ଏ ନେଇ ଥାନା ମାମଲା ନମ୍ବର ୧୧୦୵୨୦୨୩ ରେ ରୁଜ୍ଜୁ କରାଯାଇଛି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More