ଡାବୁଗାଁ ତହସିଲ କାର୍ଯ୍ୟାଳୟରେ ନୁତନ ତହସିଲଦାରଙ୍କ ଯୋଗଦାନ

45

Get real time updates directly on you device, subscribe now.

ନବରଙ୍ଗପୁର-( ସଂଘର୍ଷ ମିଡିଆ : – ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲ କାର୍ଯ୍ୟାଳୟରେ ସଦାଶିବ ଭତ୍ରl ନୁତନ ତହସିଲଦାର ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଏଠାରେ କାର୍ଯ୍ୟରତ ଥିବା କୃଷ୍ଣ ଚନ୍ଦ୍ର ଦାସଙ୍କ ବଦଳି ହେବା ପରେ ଆଜି ସଦାଶିବ ଭତ୍ରl ତହସିଲଦାର ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି l ନୁତନ ତହସିଲଦାର ଯୋଗଦାନ କଲାପରେ ବିଭିନ୍ନ ମହଲରୁ ସ୍ଵାଗତ ଓ ଶୁଭେଚ୍ଛା ର ସୁଅ ଛୁଟୁଛି l ଏଥି ପୂର୍ବରୁ ସେ ବନ୍ଧୁଗାଁ ରେ ତହସିଲଦାର ଭାବେ କାର୍ଯ୍ୟ ନିର୍ବାହ କରିଥିଲେ, ବଦଳି ହେବାପରେ ଡାବୁଗାଁ ରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି l ସେ ଜଣେ ନିର୍ଭୀକ, ସାହସୀ ଓ ଦକ୍ଷ ପ୍ରାଶାସନିକ ଅଧିକାରୀ ଭାବେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ତାଙ୍କ ସୁନାମ ଥିବା ବେଳେ ବର୍ତ୍ତମାନ ଡାବୁଗାଁ ରେ ଅନେକ ଗଠନ ମୂଳକ କାର୍ଯ୍ୟକ୍ରମ ସଠିକ ହୋଇ ପାରିବ ବୋଲି ବୁଦ୍ଧିଜୀବୀ, ଗଣମାଧ୍ୟମ ଏବଂ ଜନସାଧାରଣରେ ମତ ପ୍ରକାଶ ପାଇଛି l ତେବେ ପୂର୍ବରୁ ଥିବା ତହସିଲଦାର ଶ୍ରୀ ଦାସ ଡାବୁଗାଁ ତହସିଲରେ ବେଶ୍ ସୁନାମ ଅର୍ଜନ କରିଥିଲେ l ରାୟଗଡା ଜିଲ୍ଲା ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ ଦାୟିତ୍ବ ନେଇଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More