ଡାବୁଗାଁ ତହସିଲ ଅଧୀନରେ ଚାଲିଛି ବାଲି ମାଫିଆଙ୍କ ରାଜ, ବାହାର ରାଜ୍ୟକୁ ବାଲି ଚୋରା ଚାଲାଣ ହେଉଥିବା ବେଳେ ପ୍ରଶାସନ ନିରବ
ନବରଙ୍ଗପୁର (ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ର ନଦୀ ଗୁଡ଼ିକ ରେ ବାଲି ମାଫିଆ ମାନେ ଜେସିବି ମେସିନ ଦ୍ବାରା ବାଲି ଉଠାଇ ବାହାର ରାଜ୍ୟକୁ ବାଲି ଚାଲାଣ କରୁଥିବା ଅଭିଯୋଗ ହୋଇ ଆସୁଛି। ସୂଚନା ଅନୁଯାୟୀ ଡାବୁଗାଁ ର ଡଙ୍ଗରୀଗୁଡା ର କେରଣ୍ଡି ବାଲି ଘାଟ, କୋଇଲାରୀ ର ନଦୀ ଘାଟ ଓ ସରାଗୁଡା ନଦୀ ଘାଟ ଠାରେ ବେଆଇନ ରେ ଜେସିବି ଲଗାଇ ବାହାର ରାଜ୍ୟକୁ ବାଲି ଚାଲାଣ କରୁଥିବା ଅଭିଯୋଗ ହୋଇଆସୁଛି। ବାଲିଘାଟ ଲିଜଧାରୀ ମାନେ ନଦୀ ଘାଟ ରୂ ଦିନ କୁ ୯ ସିଏମ୍ ବାଲି ଉତ୍ତୋଳନ ପାଇଁ ଅନୁମତି ଥିବା ବେଳେ ଦୈନିକ ୨୨୦୦୦ ସିଏମ୍ ରୁ ଉର୍ଦ୍ଧ୍ବ ବାଲି ଉତ୍ତୋଳନ କରୁଛନ୍ତି ଓ ଏହା ମଧ୍ୟ ଜେସିବି ମେସିନ ଦ୍ବାରା ବାଲି ଉତ୍ତୋଳନ କରି ବାହାର ରାଜ୍ୟକୁ ଚରା ଚାଲାଣ କରୁଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରୁଛନ୍ତି। ଏହା ବ୍ୟତୀତ ଜେସିବି ମେସିନ ବ୍ୟବହାର ଦ୍ବାରା ନଦୀ ପଥ କୁ ଅବରୋଧ କରିବା ସହିତ ନଦୀ ପଠା କୁ ତାଡି ପରିବେଶକୁ ନଷ୍ଟ କରୁଛନ୍ତି । ଗ୍ରାମବାସୀଙ୍କୁ ନିଜ କାମ କରିବା ପାଇଁ ବାଲି ମଧ୍ୟ ଦେଉ ନ ଥିବା ଅଭିଯୋଗ ହେଉଛି।ବାଲି ମାଫିଆ ବେଆଇନ୍ ବାଲି ଉତ୍ତୋଳନ ଯୋଗୁଁ ରାଜ୍ୟ ସରକାର ପ୍ରାୟତଃ ୧୦୦ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ରାଜସ୍ବ ହରାଉଛନ୍ତି। ଏହି ଦୂର୍ନିତିରେ ଖଣି ବିଭାଗ ଅଧିକାରୀ ସମ୍ପୂକ୍ତ ଥିବା ଗ୍ରାମ ବାସୀ ମାନେ କହୁଛନ୍ତି। ଯଥା ଶିଘ୍ର ନଦୀ ଘାଟ ମାନଙ୍କ ରେ ଜେସିବି ମେସିନ କୁ ଜବତ କରି ବାହାର ରାଜ୍ୟକୁ ବାଲି ଚାଲାଣ ବନ୍ଦ କରିବା ପାଇଁ ଜନ ସାଧାରଣ ରେ ଦାବି ହେଉଛି। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।