ଡାବୁଗାଁ ଡ୍ରାଇଭର ମହାସଂଘ ତରଫରୁ ଡ୍ରାଇଭରଙ୍କ ପିତାଙ୍କ ଦେହାନ୍ତରେ ଦଶାହ ନିମନ୍ତେ ସହାୟତା ପ୍ରଦାନ

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ କୋଇଲାରି ଗ୍ରାମ ପଞ୍ଚାୟତ ସଦରମହକୁମାର ଡ୍ରାଇଭର ମଧୁ ଗୌଡଙ୍କ ବାପା ହରି ଗୌଡ ଗତ ଶନିବାର ଦିନ ଦେହାନ୍ତ ହୋଇ ଯାଇଥିଲେ lଉକ୍ତ ଖବର ଶୁଣି ଡାବୁଗାଁ ଡ୍ରାଇଭର ମହାସଂଘ ର ସଭାପତି ସନ୍ତୋଷ କୁମାର ଭତ୍ରl ଓ ସଂଘର ସମସ୍ତ କର୍ମକର୍ତ୍ତା, ସଦସ୍ୟ ମାନଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସ୍ରୁଷ୍ଟି ହୋଇ ଯାଇଥିଲା lଶୋକସନ୍ତପ୍ତ ପରିବାରବର୍ଗଙ୍କ ନିକଟକୁ ସଂଘ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସାନ୍ତ୍ଵନା ଦେଇ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ନେଇ ଜଗତର ନାଥ ଜଗନ୍ନାଥ ଙ୍କୁ ପ୍ରାର୍ଥନା କରିଥିଲେ lଆଗାମୀ ବୁଧବାର ଦିନ ଉକ୍ତ ଶୋକସନ୍ତପ୍ତ ପରିବାର ଦଶାହ କାର୍ଯ୍ୟକ୍ରମ କରିବା ନିମନ୍ତେ ଡାବୁଗାଁ ଡ୍ରାଇଭର ମହାସଂଘ ତାଙ୍କ ପରିବାରର ମୁଖ୍ୟଙ୍କୁ ୮୨୦୦ ଟଙ୍କା ପ୍ରଦାନ କରି ବିଦେହୀ ଆତ୍ମାର ସଦ୍ ଗତି କାମନା କରି ଥିଲେ l ଆଜି ସମ୍ବଲପୁରର ଗାଡି ବୋରିପଦର ନିକଟରେ ଖରାପ ହୋଇ ଥିବାରୁ ସାହାଯ୍ୟର ହାତ ବଢାଇବାକୁ ସଂଘ ସଭାପତି ଶ୍ରୀ ଭତ୍ରl ସେଠାକୁ ଯାଇଥିବା ସୂଚନା ଦେଇଛନ୍ତି l ସବୁବେଳେ ଉକ୍ତ ସଂଘ ଡ୍ରାଇଭରମାନଙ୍କ ଦୁଃଖ ସୁଖ ରେ ସାମିଲ ହେବା ସହିତ ଜନହିତକର କାଯ୍ୟରେ ଆଗଭର ହୋଇ କାମ କରି ଆସୁଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More