ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

12

Get real time updates directly on you device, subscribe now.

ନବରଙ୍ଗପୁର/ଡାବୁଗାଁ (ସଂଘର୍ଷ ମିଡିଆ) : – – ସାରା ରାଜ୍ୟରେ ଆଜି ଦେବ ସ୍ନାନ ପୂର୍ଣିମା ଚାଲୁ ରହିଥିବା ବେଳେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦରମହକୁମା ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ମହା ସମାରୋହରେ ପାଳିତ ହୋଇଯାଇଛି । ପୂଜକ ନବୀନ ପାଢୀ ଓ ଦଇତାପତି ସେବକ ନୀଳକଣ୍ଠ ମହାପାତ୍ର, ତ୍ରିନାଥ ଦାଶ, ସନତ୍ କୁମାର ନାୟକ ଓ ପ୍ରଦୀପ ସାହୁ, ଏବଂ କୁନୁ ପାତ୍ର, ଭଗବାନ ଖୁଣ୍ଟିଆ ପ୍ରମୁଖ ତିନି ଠାକୁରକୁ ସ୍ନାନବେଦୀକୁ ଆଣିବା ପରେ ମହାପ୍ରଭୁଙ୍କୁ ସୁଗନ୍ଧିତ ଜଳ ରେ ସ୍ନାନ କରାଯାଇଥିଲା । ପରେ ଠାକୁର ଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା | ଭକ୍ତ ମାନେ ମହାପ୍ରଭୁ ଙ୍କୁ ଗଜାନନ ବେଶରେ ଦର୍ଶନ କରିଥିଲେ | ପରେ ତିନି ଠାକୁର ଙ୍କୁ ଅଣସର ଗୃହକୁ ନିଆଯାଇଥିଲା | ଏହି ସମୟରେ ମନ୍ଦିର କମିଟି ସଭାପତି ତହସିଲଦାର କୃଷ୍ଣଚନ୍ଦ୍ର ଦାଶ, ଉପ ସଭାପତି ଜି. ଭେଙ୍କଟଶ୍ଵର ରାଓ, କୋଷାଧକ୍ଷ ଜି. ସାଇ ରାଜୁ, ସଭ୍ୟମାନେ ଯଥା ସୁରେନ୍ଦ୍ର କୁମାର ମିଶ୍ର, ଏମ୍. ଆପା ରାଓ, ବାବି ଜେନା,ଲକ୍ଷ୍ମୀକାନ୍ତ ରଥ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି |
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଡାବୁଗାଁ ପ୍ରତିନିଧି ଜି ବିନୋଦ କୁମାର ଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More