ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଚେତନତା ପକ୍ଷ ପାଳନ

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ବିଶ୍ଵ ଜନ ରକ୍ଷା ଦିବସ- ୨୦୨୩ ନିମନ୍ତେ ସଚେତନତା ପକ୍ଷ ଓ ସ୍ଥିରତା ପକ୍ଷ ପାଳନ ପାଇଁ ପରିକ୍ରମା କରିବା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡଃ ଶୁଭାଶିଶ ସାହୁ l ଜାତୀୟ ସ୍ଵାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ଯାଣ ବିଭାଗ, ଓଡିଶାଙ୍କ ନିର୍ଦ୍ଦେଶ କ୍ରମେ ସୌଜନ୍ୟ–ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଡାବୁଗାଁ ଦ୍ଵାରା ଭାରପ୍ରାପ୍ତ ଚିକିତ୍ସା ଅଧିକାରୀଙ୍କ ଦ୍ଵାରା ସବୁଜ ପତାକା ହଲାଇ କାର୍ଯ୍ୟକ୍ରମ କରାଯାଇଥିଲା l ଉକ୍ତ ରଥ ରେ  ୨୭ ଜୁନ ରୁ ୧୦  ଜୁଲାଇ– ସଚେତନତା ପକ୍ଷ,୧୧ ଜୁଲାଇ ରୁ ୨୪ ଜୁଲାଇ– ସ୍ଥିରତା ପକ୍ଷ ସୂଚନା ଦିଆ ଯାଇଛି l ଆହୁରି ମଧ୍ଯ-“ଦାୟିତ୍ଵ ସମ୍ପନ୍ନ ଏକା ସେହି ଦମ୍ପତି, ପରିବାର ନିୟୋଜନ ଯିଏ ଆପଣାନ୍ତି” l “ସ୍ଵତନ୍ତ୍ରତାର ଅମୃତ ମହୋତ୍ସବରେ ନେବା ଏହି ସଂକଳ୍ପ, ପରିବାର ନିୟୋଜନ ବନାଇବା ଖୁସିର ବିକଳ୍ପ “l’ପରିବାର ନିୟୋଜନ ଏକ ସାମାଜିକ ଦାୟିତ୍ଵ’l ଏପରି ସଚେତନତା ର ବାର୍ତ୍ତା ଉକ୍ତ ରଥ ଡାକବାଜି ଯନ୍ତ୍ର ମାଧ୍ୟମରେ ସହର ଓ ଗ୍ରାମରେ ପ୍ରଚାର କରି ଜନସାଧାରଣଙ୍କୁ ସଚେତନ କରାଯାଉଛି l ଉକ୍ତ ରଥକୁ ସବୁଜ ପତାକା ହଲାଇ ଶୁଭାରମ୍ଭ କରିବା ସମୟରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଶ୍ରୀ ସାହୁ,ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ପୀତବାସ ଗାହାଣ,  ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପୁଷ୍ପାଞ୍ଜଳି ସାମଲ, ଏନ୍ ସି ଡି କାଉନ୍ସିଲର ସୁଶିଲ ମନୋଜ କର୍କରା,ଫାର୍ମାଶିଷ୍ଟ ସନ୍ତୋଷ କୁମାର ପାଣିଗ୍ରାହୀ,ଏନ୍ ସି ଡି ଡି ଇ ଓ ଅର୍ଚନା ପଣ୍ଡା, ବି ଡି ଏମ୍ ସଶ୍ମିତା ରାଣୀ ବେହେରା ପ୍ରମୂଖ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More