ଡାବୁଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସଙ୍ଘ ତରଫରୁ ମାଟ୍ରିକ ବ୍ଳକ ଟପ୍ପର ମୋନାଲିସାଙ୍କୁ ସମ୍ବର୍ଦ୍ଧନା

32

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ): _ ଡାବୁଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସଙ୍ଘର ସଭାପତି ଗୁପ୍ତ ପ୍ରସାଦ ନାଗଙ୍କ ତତ୍ତ୍ଵାବଧାନରେ ମାଧ୍ୟମିକ ଶିକ୍ଷା ପରିଷଦ କଟକ ଚଳିତ ବର୍ଷର ଡ଼ାବୁଗାଁ ବ୍ଲକ ଟପ୍ପର ମୋନାଲିସା ମାଝିଙ୍କୁ ସମ୍ଭର୍ଦ୍ଧନା ସହ ଶୁଭେଚ୍ଛା ବାର୍ତ୍ତା ଜଣାଇଲେ l ଆଶା ଆଗାମୀ ଦିନରେ ଡାବୁଗାଁ ବ୍ଲକର ନା ସହିତ ନବରଙ୍ଗପୁରର ମଧ୍ୟ ନାମ ଅର୍ଜନ କରିବା ପାଇଁ କି ସଙ୍ଘ ଶୁଭେଚ୍ଛା ବାର୍ତ୍ତା ଜଣାଇଲା l ବାପା ଜଣେ ସରକାରୀ ଶିକ୍ଷକ ଥିବା ବେଳେ ମାଆ ଜଣେ ଗୃହଣୀ,,, ସିଏ ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଡାବୁଗାଁ ରେ ଅଧ୍ୟୟନ କରି ୬୦୦ ମାର୍କରୁ ୫୪୦ ମାର୍କ ପାଇ ଡାବୁଗାଁ ବ୍ଲକ ଟପ୍ପର ହୋଇଛନ୍ତି,,ଆଗାମୀ ଦିନରେ ସିଏ ଶିକ୍ଷକତା କରିକି ସମାଜକୁ ନୂଆ ଆଶା ଓ କିରଣ ଦେବେ ବୋଳି କହିଛନ୍ତି,,, ଉକ୍ତ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ବାର୍ତ୍ତା ଦେବା ସମୟରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା, ଧନୁର୍ଜୟ ବଡ ଜେନା, ଶ୍ରୀକାନ୍ତ ପଣ୍ଡା, ପିଙ୍କି କୁମାରୀ ଗୁପ୍ତା, ସଂଘ ସଭାପତି ଗୁପ୍ତ ପ୍ରସାଦ ନାଗ ଓ ସଂଘ ସମ୍ପାଦକ ହେମନ୍ତ ପଣ୍ଡା,ଗୀତାଞ୍ଜଳି ବସ୍ତିଆ,ହେମେନ୍ଦ୍ର ନାଥ ବେହେରା ପ୍ରମୂଖ ସହଯୋଗ କରିଥିଲେ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More